‘ଇଣ୍ଡିଆର ନାଁ ବଦଳାଇ ଦିଅ’, ଇନଷ୍ଟାଗ୍ରାମରେ ମୋଦୀଙ୍କୁ ଅନୁରୋଧ କଲେ ସାମିଙ୍କ ପତ୍ନୀ । 

2,194

କନକ ବ୍ୟୁରୋ : ଏସିଆ କପ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରୁ ମହମ୍ମଦ ସାମିଙ୍କୁ ବାଦ୍ ଦିଆଯିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ବୁମରାହ ନଥିବାରୁ ଅନୁଭବୀ ବୋଲର ଭାବେ ସାମିଙ୍କୁ ଦଳରେ ସାମିଲ କରିବା ପାଇଁ ସୋସିଆଲ ମିଡ଼ିଆରେ ଦାବି ଉଠିଛି । ତେବେ ଏସବୁ ଭିତରେ ମହମ୍ମଦ ସାମିଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାଁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁ ଭିଡ଼ିଓରେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଅପିଲ କରିଛନ୍ତି ହସିନ୍ । ଯେଉଁ ଅପିଲକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାଁ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଆମ ଦେଶ ଆମର ସମ୍ମାନ । ଆଇ ଲଭ୍ ଭାରତ । ଆମ ଦେଶର ନାଁ କେବଳ ହିନ୍ଦୁସ୍ତାନ କିମ୍ବା ଭାରତ ହେବା ଉଚିତ୍ । ମାନନୀୟ ପ୍ରଧାନମନ୍ତ୍ରୀ , ମାନନୀୟ ଗୃହମନ୍ତ୍ରୀଙ୍କୁ ଅନୁରୋଧ ଇଣ୍ଡିଆର ନାଁ ବଦଳାଯାଉ । ଯାହାଦ୍ୱାରା ପୂରା ବିଶ୍ୱ ଆମ ଦେଶକୁ ଭାରତ କିମ୍ବା ହିନ୍ଦୁସ୍ତାନ ନାଁରେ ଜାଣିବ । ଏଭଳି ଅପିଲ କରି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ହସିନ । କିଛି ୟୁଜର୍ସ ହସିନଙ୍କର ଏଭଳି ଅପିଲକୁ ବିରୋଧ କରିଥିବା ବେଳେ ଅନେକ ସମର୍ଥନ ମଧ୍ୟ କରିଛନ୍ତି ।

ହସିନ ଜାହାଁ ଓ ମହମ୍ମଦ ସାମି ଦୀର୍ଘ ବର୍ଷ ଧରି ପରସ୍ପର ଠାରୁ ଅଲଗା ରହୁଛନ୍ତି । ଉଭୟଙ୍କ ମଧ୍ୟରେ ୨୦୧୮ରେ ବିବାଦ ଆରମ୍ଭ ହୋଇଥିଲା । ପରେ ସାମିଙ୍କ ନାଁରେ ମାରପିଟ୍, ଘରୋଇ ହିଂସା ଭଳି ସଙ୍ଗୀନ ଅଭିଯୋଗ କରିଥିଲେ ହସିନ । ଏପରିକି ସାମିଙ୍କ ନାଁରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଆଣିଥିଲେ । କିନ୍ତୁ ସେତେବେଳେ ସାମିଙ୍କ ସହ ଛିଡା ହୋଇଥିଲା ବିସିସିଆଇ  । ଏହି ଅଭିଯୋଗ ଆଣିବା ପରେ ଉଭୟ ଅଲଗା ରହୁଛନ୍ତି । ଉଭୟ ୨୦୧୪ରେ ପରସ୍ପରକୁ ବିବାହ କରିଥିଲେ ।