ବନ୍ୟା ପାଣିରେ ଅଧାବୁଡିଲା ମା’ ଭଟ୍ଟାରିକାଙ୍କ ମନ୍ଦିର । ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଅନ୍ୟତ୍ର କରାଗଲା ସ୍ତାନାନ୍ତର

103

କନକ ବ୍ୟୁରୋ : ବର୍ଷା କମିଛି ହେଲେ ବଢିବାରେ ଲାଗିଛି ଜଳସ୍ତର । ଏ ନେଇ ତଳିଆ ଅଞ୍ଚଳରେ ସ୍ଥିତି ବେହାଲ ହୋଇପଡ଼ିଛି । ବର୍ଷା ପାଣି ବଢୁଥିବା ବେଳେ ପାଣି ଭିତରେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ସମ୍ପୁର୍ଣ୍ଣ ଭାଗ ବୁଡ଼ଗଲାଣି ।

ବନ୍ୟା ପାଣି ବଢୁଥିବା ବେଳେ ଗତକାଲିଠାରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଜଳସ୍ରୋତ ବଢିବାରେ ଲାଗିଛି । । ଭଟ୍ଟାରିକାଙ୍କ ମନ୍ଦିର ମହାନଦୀ କୂଳରେ ଥିବା ବେଳେ ପ୍ରତିବର୍ଷ ବର୍ଷାରେ ମହାନଦୀ ପାଣି ମନ୍ଦିର ଭିତରେ ପ୍ରବେଶ କରିଥାଏ । ଚଳିତ ଥର ମଧ୍ୟ ସମାନ ଦୁର୍ଦ୍ଦଶା ଘଟିଥିବା ବେଳେ ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।