ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା : ଆଜି ଅପରାହ୍ନରେ କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ପାଣି

77

କନକ ବ୍ୟୁରୋ : ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟାପାଣି ପ୍ରବାହିତ ହୋଇଛି । ବର୍ତ୍ତମାନ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲାଯିବ ନାହିଁ । ତେଣୁ ଆଜି ଅପରାହ୍ନରୁ ସଂଧ୍ୟା ସୁଦ୍ଧା କଟକ ମୁଣ୍ଡଳୀରେ ପିକ୍ ଫ୍ଲଡ ପହଞ୍ଚିବ ଏବଂ ସେତେବେଳକୁ ସାଢେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ତେଣୁ ଅନୁମାନ କରାଯାଉଛି ଏତେ ପାଣି ଆସିବା ପରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ ।

ଏହାରି ଭିତରେ ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ୨୬ ଦଶମିକ ୪୧ ମିଟର ବିପଦ ସଙ୍କେତ ଥିବା ବେଳେ ଏହା ଉପରେ ଜଳ ପ୍ରବାହିତ ହେଉଛି । ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ସଜାଗ ରହିବାକୁ କୁହାଯାଇଛି । ୩ରୁ ୪ ଦିନ ହେଲା ଲଗାଣ ବର୍ଷା ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରତିକ୍ରୀୟା ରଖିଛନ୍ତି । ବିଭିନ୍ନ ନଦୀରେ ବନ୍ୟାଜଳ ଆସିଥିବା ବେଳେ ହୀରାକୁଦ ଡ୍ୟାମରେ ଅଧିକ ପରିମାଣର ପାଣି ଆସିବାରେ ଲାଗିଛି । ତାହା ନିଷ୍କାସନ କରାଯାଉଛି ।

ତେବେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ । କିଛି ସ୍ଥାନରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ବର୍ଷା ପାଣି ପଶି ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ତଳିଆ ଅଞ୍ଚଳ ଲୋକମାନଙ୍କୁ ବିଭିନ୍ନ ସ୍କୁଲରୁ ନେଇ ଅନ୍ୟାନ ସ୍ଥାନରେ ରଖାଯାଇଛି । ରାସନ ସମାଗ୍ରୀରୁ ନେଇ ରନ୍ଧା ଖାଦ୍ୟ ଯୋଗାଯିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।