ପେଟ ଭିତରେ ଥାଇଲାଣ୍ଡର ସୁନା ! ମଳଦ୍ୱାର ପଟେ ସୁନାବିସ୍କୁଟ ପୁରାଇ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲେ ସୁନା ସ୍ମଗଲର, ମଳତ୍ୟାଗ କରାଇ ସୁନା ବିସ୍କୁଟ୍ ପାଇଲା କଷ୍ଟମ୍ ବିଭାଗ

38

କନକ ବ୍ୟୁରୋ : ସୁନା ସ୍ମଗଲିଂର ନୂଆ ତରିକା । ସୁନା ବିସ୍କୁଟକୁ ଚୋରା ଚାଲାଣ କରିବା ପାଇଁ ସ୍ମଗଲରଙ୍କ କାରନାମା ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଭୁବନେଶ୍ୱର ବିମାନ ବନ୍ଦରରୁ ଦୁଇ ଜଣ ପଂଜାବୀ ଲୋକଙ୍କୁ ଅଟକ ରଖି ସେମାନଙ୍କ ପାଖରୁ ୧୫ଟି ସୁନା ବିସ୍କୁଟ ଜବତ ପରେ ଫିଟିଛି ଗୁମର ।

କେମିତି ହେଉଥିଲା ସୁନା ସ୍ମଗଲିଂ । ବ୍ୟାଙ୍କକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି ସୁନା ସ୍ମଗଲିଂ ରାକେଟର ଚେର । ଆଉ ପୋଲିସ ହାତରେ ବିମାନମନ୍ଦରରୁ ଧରା ପଡିବା ପରେ ମୁହଁ ଲୁଚାଉଛନ୍ତି ଦୁଇ ଅଭିଯୁକ୍ତ । ପାଖାପାଖି ୩୫ ଲକ୍ଷ ଟଙ୍କାର ବେଆଇନ ସୁନା ଚାଲାଣ ଅଭିଯୋଗରେ ୨ଜଣ ବ୍ୟକ୍ତିଙ୍କୁ କଷ୍ଟମ୍ ବିଭାଗ ଭୁବନେଶ୍ୱର ବିମାନବନ୍ଦରରୁ ଉଠାଇ ଆଣି ପଚରା ଉଚରା କରୁଛି । ଏହି ୨ ପଞ୍ଜାବି ବ୍ୟକ୍ତି ମାନଙ୍କ ଠାରୁ ୧୫ଟି ସୁନା ବିସ୍କୁଟ୍ ଜବତ କରିଛି କଷ୍ଟମ ବିଭାଗ ।

ସବୁଠୁ ବଡ କଥା ହେଲା ୨ କୁଖ୍ୟାତ ସୁନା ଚାଲାଣକାରୀ ମଳ ଦ୍ୱାର ପଟେ ସୁନା ବିସ୍କୁଟ ଲୁଚାଇ ଆଣିଥିଲେ । ୧ କେଜିରୁ ଅଧିକ ଓଜନର ସୁନା ବିସ୍କୁଟକୁ ନିଜ ମଳ ଦ୍ୱାରରେ ରଖିଥିଲେ ଏହି ୨ ଜଣ । ଯେପରି ଧରା ନପଡିବେ ସେଥିପାଇଁ ସେମାନେ ବ୍ୟାଙ୍କଅକରୁ ଏମାନେ ୧୧୪୩.୭୮ ଗ୍ରାମର ୧୫ଟି ସୁନା ବିସ୍କୁଟ କିଣି ଥିଲେ ଓ ପରେ ଏସବୁ ସୁନା ବିସ୍କୁଟ ଗୁଡିକୁ ଏକ ବ୍ଲାକଟେପରେ ଗୁଡା ଯାଇଥିଲା । ମଳ ଦ୍ୱାର ପଟେ ସୁନା ଗୁଡିକୁ ଭର୍ତି କରି ହଜାର ହଜାର କିଲୋମିଟର ଯାତ୍ରା କରିଥିଲେ ।

କିନ୍ତୁ ଜାଣିନଥିଲେ ଯେ ଗନ୍ତବ୍ୟସ୍ଥଳରେ ହିଁ ପୋଲିସ ଏମାନଙ୍କ ପାଇଁ ଜାଲ ବିଛାଇ ରଖିଛି । ଏୟାରପୋର୍ଟରେ ଏମାନେ ପହଞ୍ଚିବା ପରେ କଷ୍ଟମ ବିଭାଗ ଏମାନଙ୍କୁ ଧରିଥିଲା । କିନ୍ତୁ ପ୍ରଥମେ ସୁନା କେଉଁଠି ଅଛି ତାହା ଜାଣି ପାରିନଥିଲେ କଷ୍ଟମ ବିଭାଗ ଅଧିକାରୀ । ପରେ ସୁନା କେଉଁଠି ଲୁଚା ଯାଇଛି ଜାଣିବା ପରେ, ପ୍ରାୟ ୬ ଘଂଟା ଧରି ଏହି ୨ ବ୍ୟକ୍ତିଙ୍କୁ ପାଣି ପିଆଇ ଥିଲେ କଷ୍ଟମ ଅଧିକାରୀ । ଏମାନେ ମଳ ତ୍ୟାଗ କରିବା ପରେ, ଏମାନଙ୍କ ମଳରୁ ହିଁ ୩୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ ହୋଇଥିଲା ।