ବଚନ ଦେଲେ ନୀତିନ । କହିଲେ, କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ ।

225

କନକ ବ୍ୟୁରୋ : କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ । ଏ ବଚନ ମୁଁ ଦେଉଛି । କିଛି ଏଭଳି ବଚନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ନୀତିନ କହିଛନ୍ତି, କାନପୁରରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ୫ ହଜାର କିଲୋମିଟରର ଗ୍ରୀନ୍ ଏକ୍ସପ୍ରେସ-ୱେ ନିର୍ମାଣ ଚାଲିଛି । ଯାହାର ୨୫ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ୨୦୨୫ ପୂର୍ବରୁ ଏହି କାମ ପୂରା ହେବ ।

ଏହାସହ ଗଡକରୀ କହିଛନ୍ତି, ଏବେ ଉତ୍ତରପ୍ରଦେଶର ଛବି ବଦଳୁଛି । ଉତ୍ତରପ୍ରଦେଶ ଏବେ ସମୃଦ୍ଧ ଓ ସୁଦୃଢ ହେବାରେ ଲାଗିଛି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ଛବି ବଦଳୁଛି, ବିକାଶ ହେଉଛି । ଉତ୍ତରପ୍ରଦେଶର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ଯୋଗୀ ଆଦିତ୍ୟନାଥ । ୨୦୦୪ରେ ମୁଁ ଇଥାନଲ କଥା କହୁଥିଲି । ଉତ୍ତରପ୍ରଦେଶର ଇଥାନଲରେ ଏବେ କେବଳ ଗାଡି ଚାଲିବନି ବରଂ ଆଗାମୀ ସମୟରେ ବିଶ୍ୱର ଉଡାଜାହାଜ ମଧ୍ୟ ଉତ୍ତରପ୍ରଦେଶର ଇଥାନଲରେ ଉଡିବ । ଚାଷୀ କେବଳ ଅନ୍ନଦାତା ହୋଇ ରହିବେନି ବରଂ ଉର୍ଜାଦାତା ହେବେ ।