ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ରାମକୃଷ୍ଣ ।

201

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଛି । ଏନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ବିଚକ୍ଷଣ ନେତା ଭାବେ ଜଣାଶୁଣା ଥିଲେ ରାମକୃଷ୍ଣ । ଏପରିକି ଗୋଟିଏ ସମୟରେ ପାୱାର କରିଡରର ପାୱାରଫୁଲ ମନ୍ତ୍ରୀ ତାଲିକାରେ ଆଗରେ ଥିଲେ ରାମକୃଷ୍ଣ ।

କୋଦଳା ନିର୍ବାଚନ ମଣ୍ଡଳୀରେ ୪ଥର ବିଧାୟକ ଥିବା ରାମକୃଷ୍ଣଙ୍କୁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦେଖିବାକୁ ମିଳିଛି । ରାମକୃଷ୍ଣ ଜନତା ଦଳ, ଜନତା ପାର୍ଟି ଓ ବିଜୁ ଜନତା ଦଳରୁ ବିଧାୟକ ହୋଇଛନ୍ତି । ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ପାୱାରଫୁଲ ମନ୍ତ୍ରୀ ଥିବା ରାମକୃଷ୍ଣ ନବୀନ ସରକାରରେ ମଧ୍ୟ ମନ୍ତ୍ରୀ ରହିଥିଲେ । ଏପରିକି ୧୯୯୬ରୁ ୧୯୯୭ ଯାଏଁ ବିରୋଧର ଦଳ ନେତା ରହିଥିଲେ ରାମକୃଷ୍ଣ । ରାଜ୍ୟରେ ବିଜେଡିର ଅଭ୍ୟୁଦୟ ହୋଇଥିବା ବେଳେ ନବୀନଙ୍କ ଅତି ଖାସ ନେତାଙ୍କ ଭିତରେ ରାମକୃଷ୍ଣଙ୍କ ନାଁ ଥିଲା । ଏପରିକି ଅନେକ ସମୟରେ ଉଭୟ ଏକାଠି ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ତେବେ ୨୦୧୪ରେ ରାମକୃଷ୍ଣ ବିଜେପିରେ ସାମିଲ ହୋଇଥିଲେ ।