ବାରିପଦା ମଧୁବନରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୨ରୁ ଅଧିକ ଗାଡି । ଖୋର୍ଦ୍ଧାରେ ଗଣ୍ଡଗୋଳ

20

କନକ ବ୍ୟୁରୋ : ବାରିପଦା ମଧୁବନ ନଗର ଅଂଚଳରେ ଅଗ୍ନିକାଣ୍ଡ । ପାଖପାଖି ୩ଟି ଗ୍ୟାରେଜରେ ନିଆଁଲାଗିଯାଇଛି । ଫଳରେ ୧୨ଟି ଗାଡି ପୋଡିଯାଇଛି । ଦୁଇ ଚିକିଆ ଓ ଚାରି ଚକିଆ ଗାଡି ନିଆଁ ଲାଗି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡିନି ।

ଖୋର୍ଧାରେ ଜିରୋ ନାଇଟ ସେଲିବ୍ରେସନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଠେଙ୍ଗାହାଟ ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଛି । ଗଣ୍ଡଗୋଳ ଯୋଗୁଁ ଅନେକ ଲୋକଙ୍କ ବାଇକ ପୋଡିଯାଇଛି । କିଛି ଲୋକ ଘରେ ପଶି ଜଣେ ମହିଳାଙ୍କୁ ବି ଆକ୍ରମଣ କରିଛନ୍ତି ।