୨୦୧୮ ସମସ୍ତଙ୍କ ପାଇଁ ହେବ ଅଧିକ ସହଜ ଓ ସରଳ ! ସରକାରୀ ଓ କର୍ପୋରେଟ୍ ଜଗତରେ ହେବ ବିରାଟ ପରବର୍ତ୍ତନ

33

୨୦୧୭କୁ ବିଦାୟ ଦେଇ ନୂଆବର୍ଷ ୨୦୧୮କୁ ସ୍ୱାଗତ ଜଣାଇଛନ୍ତି ସମସ୍ତେ । ନୂଆବର୍ଷକୁ ପାଳିବା ପାଇଁ ସମସ୍ତେ ଥିଲେ ଭାରି ଉତ୍ସାହିତ । କେହି କେହି ହାତକୁ ଗୋଲାପ ଫୁଲଟିଏ ଦେଇ ଆଉ କେହି ଚକୋଲେଟ୍ ଦେଇ ଆଉ କେହି ଆଲିଙ୍ଗନ କରି ଅଭିନ୍ଦନ ଜଣାଉଥିଲେ । ବିଭିନ୍ନ ସହର, କଲୋନୀ, ବସ୍ତି ଓ ଗାଁରେ ମଧ୍ୟ ନୂଆବର୍ଷକୁ ପାଳନ କରିବା ଲାଗି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । ଜିରୋ ନାଇଟରେ ସମସ୍ତେ ମସଗୁଲ ଥିଲେ । ତେବେ ନୂଆବର୍ଷ ସମସ୍ତଙ୍କ ପାଇଁ ଶୁଭମୟ ହେବାସହ କିଛି ଖୁସି ଖବର ମଧ୍ୟ ଆଣିଛି । ୨୦୧୮ରେ ଲୋକଙ୍କ ଜୀବନକୁ ସରଳ ସୁନ୍ଦର କରିବା ପାଇଁ ସରକାରୀ ତଥା କର୍ପୋରେଟ୍ ଜଗତରେ ବିଭିନ୍ନ ତଥା ବଡ଼ ଧରଣର ପରିବର୍ତ୍ତନ ହେଉଛି ।

୨୦୧୮ରେ ସରକାରଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ଜଗତରେ ବଡ଼ ଧରଣର ପରିବର୍ତ୍ତନ ହେବ । ଯାହା ଜନସାଧାରଣଙ୍କ ଜୀବନକୁ ଅଧିକ ସହଜ କରିଦେବ ତଥା ଜୀବନକୁ ସୁବିଧାଜନକ କରିବ । ଆସନ୍ତୁ ଜାଣିବା ଏପରି କିଛି ପରିବର୍ତ୍ତନ ବିଷୟରେ . . . .

୧.କୋଲକାତା ସହରରେ ପ୍ରଥମ ଥର ପାଇଁ ଭୂତଳ ଜଳରେ ମେଟ୍ରୋ ଦୌଡ଼ିବ । ଏଥିପାଇଁ ଜଳ ଟନେଲ୍ ମାଟିରୁ ୩୦ ମିଟର ଓ ଗଙ୍ଗା ପାଣିର ୧୩ରୁ ୧୫ ମିଟର ରହିଛି । କୁହାଯାଉଛି ଏହି ମେଟ୍ରୋ ଟନେଲରେ ପ୍ରତିଦିନ ୬ ଲକ୍ଷ ଯିବାଆସିବା କରିପାରିବେ ।

 

 

 

 

 

 

 

 

 

 

 

 

 

 

 

୨.ସରକାର ମେଡ଼ିକାଲ କଜେଲରେ ସିଟ୍ ସଂଖ୍ୟା ବୃଦ୍ଧି କରିବେ । ଆଗାମୀ ବର୍ଷ ପର୍ଯ୍ୟନ୍ତ ଆଉ ୫୮ଟି ନୂଆ ମେଡ଼ିକାଲ କଲେଜ ଖୋଲିବେ ସରକାର । ୨୦୧୮ରେ ବିଦ୍ୟାର୍ଥୀଙ୍କୁ ଏହାର ସୁବଧା ମିଳିବ ।

୩. ଏହା ବ୍ୟତୀତ ୨୦୧୮ରେ ସାରା ଦେଶରେ ଆଇଆଇଟି ସଂସ୍ଥାନଗୁଡ଼ିକରେ ୧୦୦୦ ସିଟ ଅଧିକ ବୃଦ୍ଧି କରାଯିବ ।

୪. ଆଇଫୋନ୍ ଚଳିତ ବର୍ଷ ଆଇଫୋନ୍-ଏସଇର ସେକେଣ୍ଡ ଭର୍ସନ ଉପସ୍ଥାପନ କରିବ ।

୫. ସରକାର ନେଟ୍ ବ୍ୟାଙ୍କିଙ୍ଗ୍ ଠକାମି ରୋକିବା ପାଇଁ ମାର୍ଚ୍ଚ ୨୦୧୮ରୁ ନୂଆ ଇ-କେୱାସି ନିଷ୍ପତ୍ତି ଆରମ୍ଭ କରିବେ । ଏହା ଗ୍ରାହକଙ୍କ ଖାତରେ ବାୟେମେଟ୍ରେିକ ଚିହ୍ନରେ ହିଁ ଅପରେଟ୍ ହେବ । ଆଉ ଠଳାମିର ଭୟ ରହିବ ନାହିଁ ।

୬. ନିଜ ଇପିଏଫ୍ ଖାତା ବିଷୟରେ ସବିଶେଷ ବିବରଣୀ କେବଳ ଗୋଟିଏ କ୍ଲିକରେ ହିଁ ମିଳିପାରିବ । ଇପିଏଫଓ ଆଉ କାଗଜପତ୍ରରେ ଚାଲିବ ନାହିଁ । ଶ୍ରମିକଙ୍କୁ ପ୍ରୋଭିଡେଣ୍ଡ ଫଣ୍ଡ ଓ ବୀମା ପଲିସି ସୁବିଧା ମିଳିବ ।

୭.ପୁରା ଦେଶରେ କୃଷକଙ୍କୁ ତାଙ୍କର ବ୍ୟାଙ୍କ ଖାତାରେ ନୂଆ ବର୍ଷରେ ସବସିଡ଼ି ମିଳିବ । ୧୨ ରାଜ୍ୟର ଜାନୁୟାରୀରୁ ଏହି ସୁବିଧା ଉପଲବ୍ଧ ହେବ ।

୮.ରେଡ଼ିଓ ଫ୍ରିକ୍ୟେୁନ୍ସି ଆଇଡ଼େନ୍ଟିଫିକେସନ୍ ଅର୍ଥାତ୍ ଆରଏଫଆଇଡ଼ି ଟାଗ୍ ଡିସେମ୍ବରରୁ ସମସ୍ତ ନୂଆ ବାହାନରେ ଲଗାଇବା ବାଧ୍ୟତାମୂଳକ ହେବ । ଏହି ଟାଗରେ ମାଲିକଙ୍କ ନାମ, ବ୍ୟାଙ୍କ ଆକାଉଂଟ ଆଦି ବିଷୟରେ ସୂଚନା ରହିବ । ଯେତେବେଳେ ଗାଡ଼ି ଗୁଡ଼ିକ ଟୋଲ ଗେଟ୍ ଦେଇ ଯିବ ଆଉ ଆପଣଙ୍କୁ ଟୋଲ ଗେଟରେ ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ । ଟଙ୍କା ଆପଣଙ୍କ ଆକାଉଂଟରୁ ଆପେ ଆପେ କଟିଯିବ ।

୯.ମାର୍ଚ୍ଚରେ ବେଙ୍ଗାଲୁରୁର କେପଗୋଣ୍ଡା ଏୟାରପୋର୍ଟରେ ପ୍ରଥମ ଥର ପାଇଁ ଆଧାର ଆଧାରିତ ପ୍ରବେଶ ଓ ବାୟେମେଟ୍ରିକ ସିଷ୍ଟମ ହେବ । ଏହାପରେ ଏୟାରପୋର୍ଟରେ ପ୍ରବେଶ ପାଇ ପ୍ରମାଣ ପତ୍ର ନାହିଁ କେବଳ ମେସିନ ଆଗରେ ହାତ ଦେଖାଇବା ପାଇଁ ପଡ଼ିବ ।

୧୦. ଦେଶରେ ପ୍ରଥମ ପ୍ଲାଇଟ୍ ଷ୍ଟିମୁଲେଟର ଚଳିତ ବର୍ଷ ଶେଷଭାଗରେ ଆରମ୍ଭ ହେବ ।