ଫୋବର୍ସ ଜାରିକଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା, ଭାରତର ନିର୍ମଳା ସୀତାରମଣ ହେଉଛନ୍ତି ସବୁଠୁ ଶକ୍ତିଶାଳୀ

298

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ସବୁଠାରୁ ଶକ୍ତିଶାଳୀ ମହିଳା । ଅର୍ନ୍ତରାଷ୍ଟ୍ରୀୟ ଫୋର୍ବସ ମ୍ୟାଗାଜିନ ନିର୍ମଳାଙ୍କୁ ବିଶ୍ୱର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ନିର୍ମଳାଙ୍କୁ ସ୍ଥାନ ଦେଇଛି । ଏଡି ତାଲିକାର ୩୭ ନମ୍ବର ସ୍ଥାନରେ ରହିଛନ୍ତି ନିର୍ମଳା ସୀତାରମଣ । କହିରଖୁ କି ଏହି ମ୍ୟାଗାଜିନ ନିର୍ମଳା ସୀତାରମଣଙ୍କୁ ତୃତୀୟ ଥର ପାଇଁ ବିଶ୍ୱର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ଦେଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଥର ଚଳିତ ବର୍ଷ ତାଲିକାରେ ବହୁ ଉପରକୁ ଉଠିଛନ୍ତି । ସେ ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ଜନେତ ୟାଲେନଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ଚଳିତ ବର୍ଷ ପ୍ରଥମଥର ପାଇଁ ନାଇକା ବ୍ରାଣ୍ଡର ସିଇଓ ଫାଲଗୁନୀ ନାୟରଙ୍କୁ ସ୍ଥାନ ଦେଇଛି । ପ୍ରକାଶିତ ତାଲିକାରେ ୮୮ ନମ୍ବର ସ୍ଥାନରେ ରହିଛନ୍ତି ନାୟର  । କହିରଖୁ କି ଫାଲଗୁନୀ ନାୟର ସେୟାର ବଜାରରେ ନିଜ କମ୍ପାନୀର ଭଲ ଶୁଭାରମ୍ଭ କରି ବର୍ତମାନ ଦେଶର ୭ମ ଆରବପତି ମହିଳାମାନେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଅର୍ଥମନ୍ତ୍ରୀ ସୀତାରମଣ ଓ ଫାଲଗୁନୀ ନାୟରଙ୍କ ବ୍ୟତୀତ ଫୋବର୍ସ ତାଲିକାରେ ଭାରତର ଆଉଜଣେ ମହିଳା ବି ସ୍ଥାନ ପାଇଛନ୍ତି । ଏଚସିଏଲ ଟେକ୍ନୋଲୋଜୀର ଚେୟାରମ୍ୟାନ ରୋଶନୀ ନାଡର ବି ଏହି ତାଲିକାର ୫୨ ନମ୍ବର ସ୍ଥାନରେ ରହିଛନ୍ତି । ନାଡର ଦେଶର କୋøଣସି ଆଇଟି କମ୍ପାନୀର ମୁଖ୍ୟଭାବେ ପ୍ରଥମ ମହିଳା ଅଟନ୍ତି । ଏହାସହ ଫୋବର୍ସ ତାଲିକାରେ ବାଇକନର ଫାଉଣ୍ଡର କିରଣ ମଜୁମଦାରଙ୍କ ନା ବି ସାମିଲ ଅଛି । ସେ ଏହି ତାଲିକାର ୭୨ ନମ୍ବର ସ୍ଥାନରେ ରହିଛନ୍ତି ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ମାକେନଜି ସ୍କଟ ପ୍ରଥମ ସ୍ଥାନରେ ରହିଛନ୍ତି । ସ୍କଟ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଅମାଜନ ଗ୍ରୁପର ମାଲିକ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ । ୨୦୧୯ ମସିହାରେ ଉଭୟଙ୍କ ମଧ୍ୟରେ ବିବାହ ବିଛେଦ ହୋଇଥିଲା । ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ନାମ ରହିଛି ।