ଓମିକ୍ରନ୍ : ରିସର୍ଚରୁ ସାମ୍ନାକୁ ଆସିଲା ବଡ ତଥ୍ୟ । ମାସ୍କ ପିନ୍ଧୁଥିବା ବ୍ୟକ୍ତିଙ୍କୁ ସଂକ୍ରମଣ ଆଶଙ୍କା ଖୁବ୍ କମ୍, ପଢନ୍ତୁ ପୂରା ରିପୋର୍ଟ

216

କନକ ବ୍ୟୁରୋ : ମାସ୍କ ପିନ୍ଧିଲେ ଓମିକ୍ରନ୍ ସଂକ୍ରମଣ ଆଶଙ୍କା ଖୁବ କମ୍ । ଏକଥା ଆମେ କହୁନାହୁଁ । ଏକଥା କହିଛନ୍ତି ବିଶେଷଜ୍ଞ ଦଳ । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା, ମାସ୍କ ଏବଂ ବାରମ୍ବାର ହାତ ସାନିଟାଇଜ୍ କରିବାକୁ ପରାମର୍ଶ ଦେଇଥିଲେ ବିଶେଷଜ୍ଞ ଏବଂ ଡାକ୍ତର । କିନ୍ତୁ ଏବେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଡେଲ୍ଟା ଭାଇରସ ଠାରୁ ଅଧିକ ସଂକ୍ରାମକ ହୋଇଛି । କ୍ଷୀପ୍ର ଗତିରେ ଦେଶକୁ ଦେଶ ସଂକ୍ରମିତ ହେଉଛି ଓମିକ୍ରନ୍ । ଏଭଳି ପରିସ୍ଥିତିରେ ମାସ୍କ ଲୋକଙ୍କ ପାଇଁ ଏକମାତ୍ର ସୁରକ୍ଷା କବଚ ବୋଲି ବିଶେଷଜ୍ଞ ଦଳ ମତ ପ୍ରକାଶ କରିଛନ୍ତି ।
ଜର୍ମାନୀ ଏବଂ ଆମେରିକାର ତାଜା ରିସର୍ଚ୍ଚରୁ ଜଣାପଡିଛି, ମୁହଁରେ ମାସ୍କ ପିନ୍ଧିବା ଦ୍ୱାରା ଓମିକ୍ରନ୍ ସଂକ୍ରମଣ ଆଶଂକା କମ୍ । ପରସ୍ପର ମଧ୍ୟରେ ୩ମିଟର ଦୂରତା ରକ୍ଷା କରିବା ଅପେକ୍ଷା ୨୨୫ ଗୁଣା ପ୍ରଭାବି ସାଜିଛି ମାସ୍କ । ଅର୍ଥାତ୍ ଯଦି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ଆଉ ଜଣେ ଭଲ ବ୍ୟକ୍ତି ୫ମିଟରେ ଦୂରରେ ଛିଡା ହୁଅନ୍ତି ତେବେ ୯୦ ପ୍ରତିଶତ ସଂକ୍ରମଣ ଆଶଙ୍କା ରହୁଛି । କିନ୍ତୁ ସେଠାରେ ଯଦି ଜଣେ ସର୍ଜିକାଲ ମାସ୍କ ପିନ୍ଧା ବ୍ୟକ୍ତି ଛିଡା ହୁଅନ୍ତି ତେବେ ସଂକ୍ରମଣ ଆଶଙ୍କ ଖୁବ୍ କମ୍ ହୋଇଯାଉଥିବା ରିସର୍ଚ୍ଚରୁ ଜଣାପଡିଛି ।
କେବଳ ମାସ୍କ ପିନ୍ଧି ଦେଲେ ହେବ ନାହିଁ… ଭଲ ଫିଟିଙ୍ଗ୍ ଏବଂ ଟାଇଟ୍ ମାସ୍କ ପିନ୍ଧିବା ନିହାତି ଜରୁରୀ । ସର୍ଜିକାଲ ମାସ୍କ, ଏନ୍-୯୫ ମାସ୍କ ଏବଂ ଏଫ୍.ଏଫ୍.ପି-୨ ଭଳି ମାସ୍କ ପରିଧାନ କଲେ ୧.୫ ମିଟର ଦୂରତାରେ ୨୦ ମିନିଟ୍ ମଧ୍ୟରେ ପ୍ରତି ଏକ ହଜାର ଜଣରେ ଜଣେ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି ।