ଆଜି ଚାଷୀ କରିବେ ‘ଚକାଜାମ’ : ଦିନ ୧୨ଟାରୁ ୩ଟା ଯାଏଁ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ

ଓଡ଼ିଶାରେ ଚକାଜାମର ମଙ୍ଗ ଧରିବ ନବ ନିର୍ମାଣ କୃଷକ ସଂଗଠନ; କଂଗ୍ରେସ କଲା ସମର୍ଥନ

140

କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ଚକା ଜାମ୍ କରିବେ ଚାଷୀ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରିବାକୁ ନିଷ୍ପତ୍ତି ନେଇଛି ଚାଷୀ ସଂଗଠନ । ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକା ଜାମ୍ ଆନ୍ଦୋଳନ ବନ୍ଦ ରହିବ । ଦେଶର ଅନ୍ୟାନ୍ୟ ଭାଗରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଚାଷୀ ଆନ୍ଦୋଳନକୁ ଅଣଦେଖା, ଆନ୍ଦୋଳନ ସ୍ଥଳରେ ଇଂଟରନେଟ୍ ବ୍ୟାନ୍ ଏବଂ ବଜେଟରେ ଚାଷୀଙ୍କ ଦାବିକୁ ଉପେକ୍ଷା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ପରେ ଚାଷୀଙ୍କର ଏହା ସବୁଠାରୁ ବଡ ପ୍ରତିବାଦ କାର୍ଯ୍ୟକ୍ରମ ।

ଚାଷୀ କରିବେ ‘ଚକା ଜାମ୍’

– ଦେଶର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅଖ, ଚକ ବନ୍ଦ ହେବ
– ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା, ୩ ଘଂଟା ପାଇଁ ହେବ ‘ଚକା ଜାମ୍’ ଆନ୍ଦୋଳନ
– ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ‘ଚକା ଜାମ୍’ ଆନ୍ଦୋଳନ ହେବନାହିଁ
– ଏସବୁ ରାଜ୍ୟରେ ହିଂସାକାଣ୍ଡ ଆଶଙ୍କା କରୁଛି ଭାରତୀୟ କିଷାନ ୟୁନିୟନ୍
– ଦିଲ୍ଲୀକୁ ୩ଟି ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି
– ଆନ୍ଦୋଳନ ସମୟରେ ସୋସିଆଲ ମିଡିଆ ଉପରେ ସତର୍କ ନଜର ରଖାଯିବ
– ‘ଚକା ଜାମ୍’ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ହରିଆଣା ଗୃହ ମନ୍ତ୍ରୀ
– ଅମିତ ଶାହାଙ୍କୁ ଭେଟି ସୁରକ୍ଷା ବିବରଣୀ ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର
– ଗତକାଲି ଏହି ବୈଠକରେ ଉପସ୍ଥିତ ଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା
– ଆଜିର ‘ଚକା ଜାମ୍’ ଆନ୍ଦୋଳନରେ ସାମିଲ ହେଉନାହିଁ ଭାରତୀୟ କିଷାନ ସଂଘ