କୃଷକଙ୍କ ‘ଚକାଜାମ୍’ ଆନ୍ଦୋଳନ ଆଜି : ଓଡ଼ିଶାରେ ଚକାଜାମର ମଙ୍ଗ ଧରିବ ନବ ନିର୍ମାଣ କୃଷକ ସଂଗଠନ

194

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଆଜି ଓଡିଶାରେ ମଧ୍ୟ ଅଖଚକ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ବୁଝାଯିବ ।

ତେବେ ଏହି ଆନ୍ଦୋଳନକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଚାଷୀ ଆନ୍ଦୋଳନ ହିଂସାତ୍ମକ ନ ହେଉ । ଆଲୋଚନାରୁ ନିଷ୍କର୍ସ ବାହାରିବ ବୋଲି କହିଛନ୍ତି ଶଶିଭୂଷଣ । ଅନ୍ୟପଟେ ଏହି ‘ଚକାଜାମ’କୁ ସମର୍ଥନ କରିଛି କଂଗ୍ରେସ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ବିଜେପି କୃଷି ଆଇନ ଲାଗୁ ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ମତ ଦୋହରାଇଛି ।