ଯାଜପୁରରେ ଜାଲନୋଟର ଜାଲ । ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରେ ଚାଲିଥିଲା ନକଲି ନୋଟ କାରବାର

182

କନକ ବ୍ୟୁରୋ : ଯାଜପୁରରେ ଜାଲନୋଟର ଜାଲ । ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରେ ଚାଲିଥିଲା ନକଲି ନୋଟ କାରବାର । ପୋଲିସ ଏହି ଭଡା ଘରେ ଚଢାଉ କରି ୧୩ଲକ୍ଷ ୧୭ହଜାର ୫ଶହ ଟଙ୍କା ଜାଲ ନୋଟ ଜବତ କରିବା ସହ ଚନ୍ଦ୍ରମଣି ବଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ଗିରଫ ହୋଇଥିବା ଏହି ବ୍ୟକ୍ତି ଜଣକ ଯାଜପୁର ଟାଉନରେ ଭଡାରେ ରହି ଏହି କାରବାର କରୁଥିଲେ । ଏହାସହ ପ୍ରିଂଟ ମେସିନ ମଧ୍ୟ ଜବତ କରାଯାଇଛି । ଏକ ବଡ ରାକେଟ ସକ୍ରୀୟ ଥିବା ଜଣାପଡିଛି । ଏହି ଟଙ୍କା ହାଇଦ୍ରାବାଦ ଓ ବିଶାଖାପାଟଣା ଚାଲାଣ ହେଉଥିବା ସୂଚନା ମିଳିଛି ।