ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏଭଳି ଏକ ଔଷଧ ଯାହା ୪ ଘଣ୍ଟାରେ ସମ୍ପୁର୍ଣ୍ଣ ରୁପେ ଶେଷ କରିଦିଏ ଷ୍ଟୋନ୍ ସମସ୍ୟା ! ଜାଣନ୍ତୁ ଏହି ଭାଇରାଲ୍ ପୋଷ୍ଟର ସତ । 

582

ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭାଇରାଲ୍ ହୋଇଥାଏ । କେବେ କିଛି ଭିଡିଓ ତ କେବେ କିଛି ଫଟୋ । ଏବେ କିନ୍ତୁ ଭାଇରାଲ୍ ହେଉଛି ଏକ ମେଡିସିନ୍  । ମାତ୍ର ୪ ଘଣ୍ଟା ସମୟରେ କୌଣସି ପ୍ରକାରର ଷ୍ଟୋନ୍ କୁ ଶରୀରରୁ ବାହାର କରିବାକୁ କହୁଥିବା ଏହି ଔଷଧ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫେସବୁକ୍ ରେ ଜଣେ ଗୁଲାମ-ଏ-ଖ୍ୱାଜା ନାମକ ବ୍ୟକ୍ତି ଗୋଟିଏ ପୋଷ୍ଟ ସେୟାର୍ କରିଛନ୍ତି । ଯେଉଁଥିରେ ଏକ ହ୍ୱାଟସଆପ୍ ଷ୍ଟୋରୀର ଛବି ମଧ୍ୟ ରହିଛି । ଯେଉଁଥିରେ ୟୁନିହର୍ବ ନାମକ ଏକ କମ୍ପାନୀର ଗୋଟିଏ ଫଟୋ ରହିଛି । ଔଷଧର ନାଁ ୟୁନି-ଷ୍ଟୋ ରହିଥିବା ବେଳେ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଏହି ପୋଷ୍ଟରେ ଲେଖାଅଛି କି ,

” ମାତ୍ର ୪ ଘଣ୍ଟାରେ ଷ୍ଟୋନ୍ କୁ ଶରୀରରୁ ବାହାର କରୁଥିବା ଏହି ଔଷଧ ଖାଇବାର ତୁରନ୍ତ ପରେ ହିଁ କାମ କରିବା ଆରମ୍ଭ କରିଦିଏ । ଏହି ମେସେଜ୍ କୁ ଅଧିକ ଫରୱାର୍ଡ କରନ୍ତୁ ଆପଣଙ୍କ ସାହାର୍ଯ୍ୟ କାହାର ଜୀବନ ବଚାଂଇ ଦେଇପାରେ । “

ଭାଇରାଲ୍ ପୋଷ୍ଟ୍ ର ସତ କ’ଣ ? 

ୟୁନିହର୍ବସ କମ୍ପାନୀର ନାଁ ସର୍ଚ୍ଚ କରିବା ପରେ ଏହି ନାଁର ୨ ଟି କମ୍ପାନୀ ସାମ୍ନାକୁ ଆସିଥିଲା । ଏହି ଦୁଇ କମ୍ପାନୀ ଏକ ଆମେରିକାନ୍ ଆଉ ଏକ ଭାରତରେ ରହିଛି । ଆମେରିକା କମ୍ପାନୀ ଚେରମୂଳ ବିକ୍ରି କରୁଥିଲେ ହେଁ ଏସବୁ ଚାଇନା ପ୍ରଡକ୍ଟ । କିନ୍ତୁ ଏହି କମ୍ପାନୀର କୌଣସି ଔଷଧ ଏହି ପୋଷ୍ଟ ସହ ମେଳ ଖାଉନାହିଁ । ଆଉ ଏକ ଭାରତୀୟ କମ୍ପାନୀ ନା କେବଳ ମଣିଷ ପାଇଁ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଔଷଧ ବିକ୍ରି କରିବା ସହ ସପ୍ଲାଏ କରିଥାଏ । ପୋଷ୍ଟ କରିଥିବା ବ୍ୟକ୍ତିଜଣକ କେବଳ ଔଷଧର ନାଁ ହିଁ କହିଛନ୍ତି । ନା ସେ ଏହାର ଦାମ୍ , କେଉଁଠାରେ ମିଳିବ ଆଦି କିଛି ବି ପୋଷ୍ଟ୍ ସହ ଦେଇଛନ୍ତି । ଏହି ଔଷଧ ବିଷୟରେ ଡାକ୍ତରଙ୍କୁ ପଚାରିବା ପରେ ସେ କହିଥିଲେ ଷ୍ଟୋନ୍ ପେଟରୁ ବାହାର କରିବା ପିଲାଖେଳ ନୁହେଁ । ଏଥିପାଇଁ ଚିକିତ୍ସା କରିବା ନିହାତି ଆବଶ୍ୟକ । ଏଭଳି ଔଷଧ ଖାଇ ଷ୍ଟୋନ୍ ଠିକ୍ ହେବ ଭାବିଲେ ଏହା ଶରୀରକୁ ଆହୁରି କରିଦେବ ସିନା ଆପଣ କେବେ ସୁସ୍ଥ ହୋଇପାରିବେ ନାହିଁ ।