ଫେସବୁକରେ ହେବାକୁ ଯାଉଛି ବିରାଟ ପରିବର୍ତ୍ତନ ! ଏବେଠାରୁ ବ୍ୟକ୍ତିଗତ କଂଟେଣ୍ଟକୁ ଦିଆଯିବ ଗୁରୁତ୍ୱ, ୟୁଜରଙ୍କ ଗତିବିଧି ଉପରେ ରହିବ କଡ଼ା ନଜର

31

ଏବେ ବିଶ୍ୱର ଅଧିକାଂଶ ଲୋକ ସୋସିଆଲ୍ ସୋସିଆଲ ମିଡିଆ ସାଇଟ୍ ଫେସବୁକର ପ୍ରେମରେ ପଡିଯାଇଛନ୍ତି । ଲୋକଙ୍କ ମଧ୍ୟରେ ଏହା ଯେତେ ଗ୍ରହଣୀୟ ହେଉଛି ଫେସବୁକ ସେହି ଅନୁସାରେ ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର ସାମ୍ନାକୁ ଆଣୁଛି । ଫେସବୁକ ପ୍ରତିଦିନ କିଛି ନା କିଛି ନୂଆ ଫିଚର ୟୁଜର ମାନଙ୍କୁ ଭେଟି ଦେଉଛି । ଆଉ ଏଭଳି ନୂଆ ଫିଚର ମଧ୍ୟ ୟୁଜରଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରୁଛି  । ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଟି ଘଟଣାମାନ ଜାଣିବା ଓ ଜଣାଇବା ପାଇଁ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । କହିବାକୁ ଗଲେ, ଗଣମାଧ୍ୟମ ପ୍ରତିନିଧି ଭାବେ ଅନେକ ସମୟରେ ଭଲ ଖବର ଫେସବୁକ, ଟ୍ୱିଟର ଭଳି ସୋସିଆଲ ସାଇଟରୁ ମିଳିଥାଏ ।

ହେଲେ ଧୀରେ ଧୀରେ ଏହାର ଦୁରୁପଯୋଗ କିଛି ଏଭଳି ଘଟିଲାଣି ଯେ, ବଂଚିଥିବା ଲୋକଙ୍କୁ ମାରିଦେବାକୁ ଆମେ ପଛାଉନାହୁଁ । କେଉଁଠୁ ଏକ ଉଡା ଖବର ଶୁଣି ଆମେ ଲୋକଙ୍କୁ ଫେସବୁକରେ ମାରିଦେଉଛୁ, ଆଉ କିଛି ନବୁଝି ଲୋକମାନେ ଶ୍ରଦ୍ଧାଞ୍ଜଳି ଦେବାକୁ ପଛଉନାହାନ୍ତି । କୋଟି କୋଟି ଲୋକ ବ୍ୟବହାର କରୁଥିବା ଏହି ସୋସିଆଲ ସାଇଟରେ କୈାଣସି ପୋଷ୍ଟ କରିବା ଆଗରୁ ଆମେ ଯଥେଷ୍ଟ ସଚେତନ ରହିବା ସହ ଏହାର ପ୍ରଭାବ କଣ ରହିବ ତାର ମଧ୍ୟ ଆକଳନ କରିବାର ଆବଶ୍ୟକତା ରହିଛି । ସୋସିଆଲ ମିଡ଼ିଆକୁ ଉତ୍ତମ ଦିଗରେ ବ୍ୟବହାର ନକରି ଲୋକେ ଏହାର ଦୂରପୋଯୋଗ ଅଧିକ କରୁଛନ୍ତି । ଆଉ ଏନେଇ ଫେସବୁକ ଏବେ ସଜାଗ ହେହାଇଛି । ଅନେକ ସମୟରେ ଆପଣ କିଛି ଏପରି କଣ୍ଟେଟ ଫେସବୁ୍କରେ ଦେଖୁଥିବେ , ଯାହାକୁ ସମସ୍ତେ ଦେଖିପାରିବେ ନାହିଁ । ତେବେ ଏସବୁ ଘଟଣା ପ୍ରତି ଦୃଷ୍ଟି ଦେଇ ନିୟମିତ ବ୍ୟବଧାନରେ ଅନେକ ପଦକ୍ଷେପ ନେଉଛି ଫେସବୁକ୍ ।

୨୦୧୮ରେ ଫେସବୁକରେ ଆପଣ ଦେଖିପାରିବେ ବିରାଟ ପରିବର୍ତ୍ତନ । ଫେସବୁକରେ ଏବେ ଠାରୁ ଆପଣଙ୍କୁ ପବ୍ଲିକ୍ କଂଟେଣ୍ଟ ପରିବର୍ତ୍ତେ ବ୍ୟକ୍ତିଗତ କଂଟେଣ୍ଟ ଦେଖିବା ପାଇଁ ମିଳିବ । ଫେସବୁକର ପ୍ରତିଷ୍ଟାତା ମାର୍କ ଜୁକରବର୍ଗ ନିଜେ ଏହି ସୂଚନା ଦେଇଛନ୍ତି । ଏହାସହ ଫେସବୁକରେ ମିଛି ଖବର ପ୍ରସାରିତ ହେବ ନାହିଁ । ଏନେଇ ମଧ୍ୟ କାମ କରୁଛି ଫେସବୁକ । ସୋସିଆଲ ମିଡ଼ିଆ ଜରିଆରେ ପ୍ରସାରିତ ହୋଉଥିବା ଭ୍ରମାତ୍ମକ ଖବର ଉପରେ ରୋକ ଲଗାଇବା ପାଇଁ ନ୍ୟୁଜ ଫିଡ଼ ଉପରେ କଡ଼ା ନଜର ରହିବ ।

ନୂଆ ପରିବର୍ତ୍ତନ ଅନୁସାରେ ନ୍ୟୁଜ ଫିଡ଼ରେ ଦେଖାଯାଉଥିବା କଂଟେଣ୍ଟରେ ପରିବର୍ତ୍ତନ ହେବ । ବନ୍ଧୁ ପରିବାରଙ୍କ ପୋଷ୍ଟକୁ ଗୁରୁତ୍ୱ ଦିଆଯିବ । ଏଥିପାଇଁ ଫେସବୁକ ୟୁଜର ସହ ସର୍ଭେ ମଧ୍ୟ ଆରମ୍ଭ କରିଦେଇଛି । ଫେସବୁକର କୌଣସି ଅଧାକରୀ କିମ୍ବା ବିଶେଷଜ୍ଞ ନ୍ୟୁଜ ଆଉଟଲେଟର ରାଙ୍କିଂ କରିବେ ନାହିଁ ବରଂ ୟୁଜର ହିଁ ସବୁ କଂଟେଣ୍ଟର ରାଙ୍କିଂ କରିବେ । ସୋସିଆଲ ସାଇଟର ଏହି ପଦକ୍ଷେପରେ ସାରା ମିଡ଼ିଆ ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଛି । ଏଥିରେ ଫେସବୁକରେ ଉପଲବ୍ଧ ନ୍ୟୁଜ୍ କଂଟେଣ୍ଟର ସଂଖ୍ୟା ମଧ୍ୟ କମିବାର ସମ୍ଭବନା ରହିଛି ।

ଗତ ଥର ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଋଷ ସମର୍ଥିତ ଫେସବୁକ ଆକାଉଂଟରୁ ବିଜ୍ଞାପନ ଓ ମିଛ  ଖବର ପ୍ରସାରିତ କରାଯାଇଥିଲା । ଯାହାପରେ ଫେସବୁକର ବିଶ୍ୱସନୀୟତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ତେବେ ଫେସବୁକ ସବୁ ଦିଗ ପ୍ରତି କଡ଼ା ନଜର ରଖୁଛି । ଏହାପରେ ଫେସବୁକ୍ ଏବେ ହାଡ଼ୱେର କ୍ଷେତ୍ରରେ ପାଦ ରଖିବା ପାଇଁ ଯାଉଛି । ଖୁବ ଶ୍ରୀଘ୍ର ବଜାରରେ ନିଜର ନୂଆ ଭିଡ଼ିନ ଚାଟ୍ ଗ୍ୟାଜେଟ୍ ଉପସ୍ଥାପନ କରିବ । ଫେସବୁକ ଏହାକୁ ନୂଆ ଗ୍ୟାଜେଟ୍ ପୋର୍ଟାଲ ନାଁରେ ବଜାରରେ  ଉପସ୍ଥାପନ କରିିବ । କମ୍ପାନୀ ୨୦୧୮ ମଇ ମାସରେ ବିଧିବଦ୍ଧ ଭାବେ ଲଂଚ କରିପାରେ ।