ସଲମାନଙ୍କୁ ରିପ୍ଲେସ କଲେ ବରୁଣ ! ପୁଣି ଏକ ସିନେମାରେ ଆସିବେ ନଜର

37

ସଲମାନ ଖାନଙ୍କ ଅଭିନିତ ସିନେମା ‘ଜୁଡୱା’ର ସିକ୍ୱଲରେ ଧୂମ ମଚେଇଥିବା ବରୁଣ ଧାୱନ ବଲିଉଡର ‘ଭାଇଜାନ’ଙ୍କର ଆଉ ଏକ ସିନେମାକୁ ହାତେଇଛନ୍ତି । ଯଦି ସଲମାନ ଏହି ସିନେମାରେ ନଜର ଆସିଥାନ୍ତେ ତେବେ ଏହା ସଲମାନଙ୍କର ପ୍ରଥମ ଡ୍ୟାସିଙ୍ଗ ସିନେମା ହୋଇଥାନ୍ତା । ଏବେ ଏହି ସିନେମାର ନିର୍ଦ୍ଦେଶକ ସଲମାନଙ୍କ ବଦଳରେ ବରୁଣଙ୍କୁ ନେବା ପାଇଁ ଠିକ୍ କରିଛନ୍ତି ।

କୋରିଓଗ୍ରାଫିରୁ ଫିଲ୍ମମେକିଙ୍ଗରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଥିବା ରେମୋ ଡିସୁଜା ‘ଏବିସିଡି’ ପରି ଆଉ ଏକ ସିନେମା ନିର୍ମାଣ କରିବାକୁ ପ୍ରସ୍ତୁତି ଚଲାଇଛନ୍ତି । ଏହି ସିନେମାର ପୁରା କାହାଣୀ ଜଣେ ବାପାଙ୍କ ଉପରେ ଆଧାରିତ ଯେ ନିଜର ୯ ବର୍ଷର ଝିଅକୁ ଡ୍ୟାନ୍ସ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରାଉଛନ୍ତି ।

ରେମୋ ଡିସୁଜା ‘ରେସ୍ ୩’ର ଷ୍ଟାରଙ୍କୁ ନିଜ ସିନେମାରେ ନେବାପାଇଁ ଚାହୁଁଥିଲେ । ଯେଉଁଥିପାଇଁ ସେ ସଲମାନଙ୍କ ନାମକୁ ଏଥିପାଇଁ ପକ୍କା କରିଥିଲେ । କିନ୍ତୁ ସଲମାନଙ୍କୁ ଲାଗୁଛି ଯେ, ସେ ଏହି ବୟସରେ ଡ୍ୟାନ୍ସ ଉପରେ ଆଧାରିତ ସିନେମାରେ କାମ କରିବା ଉଚିତ୍ ହେବାନି ତେଣୁ ସେ ସିନେମାଟିକୁ ସାଇନ କରିବା ପାଇଁ ମନା କରିଦେଇଥିଲେ ।

ଏବେ ରେମୋ ‘ଏବିସିଡି ୨’ ଫିଲ୍ମର ହିରୋ ଓ ବି-ଟାଉନର ବିସ୍ମୟକର ଡ୍ୟାନ୍ସର୍ସମାନଙ୍କ ମଧ୍ୟରୁ ବରୁଣ ଧୱନଙ୍କୁ ହିଁ ଏହି ସିନେମା ପାଇଁ ଚୟନ କରିଥିଲେ । କୁହାଯାଉଛି ଯେ, ଅଫର ମିଳିବା ପରେ ବରୁଣ ଖୁସି ଖୁସି ଏହାକୁ ସ୍ୱୀକାର କରିଥିଲେ । ଏବେ ଏହି ସିନେମାଟିରେ ସଲମାନଙ୍କ ଜାଗାରେ ବରୁଣଙ୍କୁ ଦେଖିବାକୁ ମିଳିବ ।