ଲାଲ ବାଗର ରାଜାଙ୍କ ଆଶୀର୍ବାଦ ଲୋଡିଲେ ବିଗ୍ ବି ଅମିତାଭ

51

ଲାଲ ବାଗ୍ କା ରାଜାଙ୍କ ଆଶୀର୍ବାଦ ଲୋଡିଲେ ବିଗ୍ ବି ଅମିତାଭ । ମୁମ୍ବାଇର ପ୍ରସିଦ୍ଧ ଗଣେଶ ପୂଜା ସ୍ଥଳ ଲାଲ୍ ବାଗର ରାଜାଙ୍କ ଦର୍ଶନ ପାଇଁ ପହଁଚିଥିଲେ ଅମିତାଭ ବଚ୍ଚନ । ତାଙ୍କ ସହ ଥିଲେ ପୁଅ ଅଭିଷେକ ବଚ୍ଚନ । ତେବେ ଭିଡ଼ ଭିତରେ ବିଗ୍ ବି ଗଣପତି ବପ୍ପାଙ୍କ ଦର୍ଶନ କରିଛନ୍ତି । ବପ୍ପାଙ୍କ ଚରଣ ଛୁଇଁ ଆଶୀର୍ବାଦ ଲୋଡିଛନ୍ତି ।

ଅନ୍ୟପଟେ ଅମିତାଭ ଓ ଅଭିଷେକଙ୍କୁ ଦେଖିବା ପାଇଁ ସେଠାରେ ଲୋକଙ୍କର ଭିଡ଼ ଜମିଥିଲା । ଏଠାରେ ଆମେ କହି ରଖୁଛୁ କି, ଦୀର୍ଘ ମାସେ ଧରି ଲାଲ ବାଗ କା ରାଜାଙ୍କ ପୂଜା ଅନୁଷ୍ଠିତ ହୁଏ । ଏହି ଅବସରରେ ବହୁ ବଲିଉଡ୍ ଷ୍ଟାର ନେତା, ମନ୍ତ୍ରୀଙ୍କ ସମେତ ଲକ୍ଷାଧିକ ଲୋକ ଗଣପତି ବପ୍ପାଙ୍କ ଦର୍ଶନ କରିଥାନ୍ତି ।