ଆତ୍ମ ବିଶ୍ୱାସୀ ପାଟ୍ରିସିୟା! ମାତ୍ର ୫୦ ପଇସାରୁ ବ୍ୟବସାୟ ଆରମ୍ଭ କରି ଏବେ ପ୍ରତିଦିନ ରୋଜଗାର କରୁଛନ୍ତି ୨ ଲକ୍ଷ ଟଙ୍କା

145

କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ଆଗରେ ହାରମାନିଥାଏ ସବୁକିଛି । ଆଉ ଯାହାକୁ ଯଥାର୍ଥ କରି ଦେଖାଇଛନ୍ତି ଜଣେ ଝିଅ । ଏଭଳି ଝିଅ ଯିଏକି ନିଜ କଠିନ ପରିଶ୍ରମ ବଳରେ ଆଜିକା ଦିନରେ ଏକ ଏଭଳି ସ୍ଥାନରେ ପହଂଚିପାରିଛନ୍ତି ଯେଉଁଥିପାଇଁ ସାରା ଦୁନିଆ ତାଙ୍କର ପୁରା ଦିୱନା ପାଲଟିଯାଇଛି । ତାଙ୍କର ଏହି ସଫଳତା ପାଇଁ ଫିକ୍କି ତରଫରୁ ତାଙ୍କୁ ବେଷ୍ଟ ୱେମେନ୍ ଅଫ୍ ବିଜେନେସପର୍ସନର ଆୱାର୍ଡ ମଧ୍ୟ ମିଳି ସାରିଛି । ତେବେ ଜଣିବାକୁ ଚାହୁଁଛନ୍ତି କି ସେହି ଆତ୍ମବିଶ୍ୱାସୀ ମହିଳା ଜଣକ କିଏ । ଆସନ୍ତୁ ଜାଣିବା ।

ଏହି ମହିଳା ଜଣକ ହେଉଛନ୍ତି ପାଟ୍ରିସିୟା ନାରାୟଣ । ତେବେ ପାଟ୍ରିସିୟା ହେଉଛନ୍ତି ଜଣେ ଖ୍ରúଷ୍ଟିଆନ । ମାତ୍ର ସେ ଯାହାଙ୍କୁ ବିବାହ କରିଥିଲେ ସେ ଥିଲେ ଜଣେ ହିନ୍ଦୁ । ଆଉ ବିବାହ ପାଟ୍ରିସିୟାଙ୍କ ଜୀବନକୁ ବିଧ୍ୱଂସ କରିପକାଇଥିଲା । ଅର୍ଥାତ୍ ପରିବାର ଲୋକଙ୍କ ବିରୋଧରେ ଯାଇ ପାଟ୍ରିସିୟା ନାରାୟଣଙ୍କ ହାତ ଧରିଥିଲେ । ତାଙ୍କୁ ଲାଗିଥିଲା କି ନାରାୟଣ ତାଙ୍କୁ ସେସବୁ ଖୁସି ଦେବେ ଯାହା ଗୋଟିଏ ଝିଅ ଚାହିଁଥାଏ ମାତ୍ର ପାଟ୍ରିସିୟାଙ୍କ ସବୁ ଆଶା ଓ ସ୍ୱପ୍ନ ଭାଙ୍ଗି ଯାଇଥିଲା ଯେତେବେଳେ ଉଭୟଙ୍କ ମଧ୍ୟରେ ବିବାହର ପ୍ରଥମ ଦିନରୁ ହିଁ ଦେଖାଦେଇଥିବା ମନାନ୍ତର । ବିବାହ ପରେ ପାଟ୍ରିସିୟାଙ୍କ ଅବସ୍ଥା ଅତ୍ୟନ୍ତ ଦୁର୍ବିସହ ହୋଇପଡିଥିଲା । କାରଣ ଯାହାକୁ ସେ ଦେବତା ବୋଲି ଭାବି ନିଜ ଘର-ଦ୍ୱାରା ଛାଡି ଚାଲି ଆସିଥିଲେ ସେ ବାସ୍ତବରେ ଜଣେ ଦାନବ ଥିଲା ।

ଅର୍ଥାତ୍ ନାରାୟଣ ପ୍ରତିଦିନ ମଦ୍ୟପାନ କରି ପାଟ୍ରିସିୟାଙ୍କୁ ମାଡ ମଧ୍ୟ ମାରୁଥିଲେ । ଖାଲି ସେତିକି ନୁହେଁ ମଦ ପିଇବା ପାଇଁ ପାଟ୍ରିସିୟାଙ୍କୁ ଟଙ୍କା ମାଗୁଥିଲେ ଆଉ ଯେତେବେଳେ ସେ ଟଙ୍କା ଦେବାକୁ ମନା କରୁଥିଲେ ସେତେବେଳେ ନାରାୟଣ ସିଗାରେଟ୍ ଚେଙ୍କ ପାଟ୍ରିସିୟାଙ୍କ ଶରୀରରେ ଲଗାଇ ଦେଉଥିଲେ । ଏହାପରେ ସେମାନଙ୍କର ଦୁଇଟି ତଥା ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ହୋଇଥିଲା । ମାତ୍ର ତାସତ୍ୱେ ବି ନାରାୟଣଙ୍କ ବ୍ୟବହାରରେ କୌଣସି ପରବର୍ତ୍ତନ ଆସି ନଥିଲା । ବାଧ୍ୟ ହୋଇ ଶେଷରେ ପାଟ୍ରିସିୟା ନିଷ୍ପତ୍ତି ନେଲେ କି ସେ ନିଜ ପିଲାଙ୍କ ଭବିଷ୍ୟତ ଏଭଳି ପରିବେଶରେ ଗଢିପାରିବେନାହିଁ । ତେଣୁ ସେ ବାପ ଘରକୁ ଚାଲି ଆସିଥିଲେ ।

ମାତ୍ର ପାଟ୍ରିସିୟା କାହା ଉପରେ ବୋଝ ହେବାକୁ ଚାହୁଁନଥିଲେ । ଏଥିପାଇଁ ସେ କିଛି କାମ କରି ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ । ତେବେ ପାଟ୍ରିସିୟା ରୋଷେଇ କରିବାକୁ ବହୁତ ରୁଚି ରଖୁଥିଲେ । ଆଉ ଏହି ରୁଚିକୁ ହିଁ ସେ ଟାଙ୍କା ରୋଜଗାର କରିବାର ମାଧ୍ୟମ ଭାବେ ଗ୍ରହଣ କରିଥିଲେ । ଏନେଇ ସେ ପ୍ରଥମେ ତାଙ୍କ ମାଆଙ୍କ ସହ କଥା ହୋଇଥିଲେ ଏବଂ କିଛି ଖାଦ୍ୟ ତିଆରି କରି ସେ ତାଙ୍କ ମାଆଙ୍କ ଅଫସରେ ଯାଇ ବିକ୍ରି କରିଥିଲେ ଏବଂ ଏଥିରୁ ଦୁଇ ପଇସା ରୋଜଗାର ମଧ୍ୟ କରିଥିଲେ ପାଟ୍ରିସିୟା ।

ଦିନେ ପାଟ୍ରିସିୟା ତିଆରି କରିଥିବା କେକ୍ ତାଙ୍କ ବାପାଙ୍କ ସାଙ୍ଗମାନେ ଖାଇଥିଲେ । ଯାହାକୁ ପାଟ୍ରିସିୟାଙ୍କ ହାତ ତିଆରି ଖାଦ୍ୟ ଖୁବ୍ ଭଲ ଲାଗିଥିଲା । ତେବେ ସେମାନେ ଏକ ଦିବ୍ୟାଙ୍ଗ ସ୍କୁଲ ଚଳାଉଥିବା ସହିତ ଠେଲା ଦୋକାନ ବାଂଟୁ ଥିଲେ ମାତ୍ର ଏହି ଦୋକାନ ନେବା ପାଇଁ ଏକ ସର୍ତ ଥିଲା ଯେ, ଯିଏ ଏହି ଦୋକାନ ନେବ ତାଙ୍କୁ ସେଥିରେ ସ୍କୁଲର ୨ଜଣ ଦିବ୍ୟାଙ୍ଗ ଲୋକଙ୍କୁ କାମରେ ରଖିବାକୁ ପଡିବ ଆଉ ଏହି ସର୍ତରେ ମଧ୍ୟ ସେ ତୁରନ୍ତ ରାଜି ହୋଇଯାଇଥିଲେ ।

ପାଟ୍ରିସିୟା ସମୂଦ୍ର କୂଳରେ ଠେଲା ଦୋକାନ ଲଗାଇଥିଲେ । ସେଠାରେ ସାରା ଦିନ ବସିବା ପରେ ପାଟ୍ରିସିୟାଙ୍କର ଗୋଟିଏ କଫି ମାତ୍ର ୫୦ ପଇସାରେ ହିଁ ବିକ୍ରି ହୋଇଥିଲା । ଯାହାକୁ ନେଇ ସେ ଖୁବ୍ କାନ୍ଦିଥିଲେ । ମାତ୍ର ମାଆଙ୍କ ବୁଝାଇବା ପରେ ସେ ନିଜକୁ ସମ୍ଭାଳିଥିଲେ ଏବଂ ପରଦିନ ଦୋକାନ ପୁଣି ଥରେ ଖୋଲିଥିଲେ । ଏହାପରେ ପାଟ୍ରିସିୟାଙ୍କ ଦୋକାନରୁ ୬ରୁ୭ ହଜାର ଟଙ୍କାର ଜିନିଷ ବିକ୍ରୀ ହୋଇଥିଲା । ଯେଉଁଥିରେ ତାଙ୍କର କାମ କରିବାର ଉତ୍ସାହ ଦ୍ୱିଗୁଣିତ ହୋଇଥିଲା । ଆଉ ସେ ଅଧିକରୁ ଅଧିକ ପରିଶ୍ରମ କରିବାକୁ ଲାଗିଥିଲେ । ଶେଷରେ ତାଙ୍କ ଏହି ପରିଶ୍ରମର ଫଳ ମିଳିଥିଲା । ପାଟ୍ରିସିୟାଙ୍କ ସ୍ୱାଦିଷ୍ଟ ରୋଷେଇ ଦେଖି ତାଙ୍କୁ ଏକ କ୍ୟାଂଟିନରେ କ୍ୟାଟରିଂର ଅଫର ମିଳିଥିଲା । ଯାହାଦ୍ୱାରା ତାଙ୍କର ରୋଜଗାର ବୃଦ୍ଧି ପାଇଥିଲା ।

ପାଟ୍ରିସିୟାଙ୍କ ଝିଅ ଏବଂ ଜ୍ୱାଇଁଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଖୁବ୍ ଭାଙ୍ଗି ପଡିଥିଲେ ପାଟ୍ରିସିୟା । ସେ ନିଜ ଝିଅଙ୍କ ନାଁରେ ଏକ ରେଷ୍ଟୁରାଂଟ୍ ଖୋଲିଥିଲେ ଯାହାର ନାଁ ରଖିଛନ୍ତି ସନ୍ଦିପ୍ତା । ତେବେ ସନ୍ଦିପ୍ତାକୁ ପାଟ୍ରିସିୟା ଏବଂ ତାଙ୍କ ପୁଅ ମିଶି ଚଲାଉଛନ୍ତି । ମାତ୍ର ୫୦ ପଇସାରୁ ବ୍ୟବସାୟ ଆରମ୍ଭ କରିଥିବା ପାଟ୍ରିସିୟା ବର୍ତ୍ତମାନ ଦିନକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ସୌଜନା: ଆଜତକ୍