ଜମ୍ମୁ-କଶ୍ମୀର ତ୍ରାଲରେ ସେନାର ପ୍ରହାର ! ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ

150

କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି ।  ଏହି ଗୁଳିବିନିମୟ ଯୋଗୁଁ ୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଏବଂ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ତେବେ ଆତଙ୍କବାଦୀମାନେ ଜାଅନସାର ଗଜବତ-ଉଲ୍-ହିନ୍ଦ ସମୂତ ସହ ଜଡ଼ିତ ବୋଲି ଜଣାପଡ଼ିଛି । ମୃତଆତଙ୍କବାଦୀମାନଙ୍କ ମଧ୍ୟରେ ଆତଙ୍କବାଦୀ ସଂଗଠନର ଜଣେ ଡେପୁଟି କମାଣ୍ଡର ଥିବା ଜଣାଯାଇଛି  । ଆଉ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରଖିଛି ସେନା  ।

source : NewsX

ମିଳିଥିବା ସୂଚନା ଅନୁଯାୟୀ,ପୁଲଓ୍ଵାମାର ଅରମପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ଛପି ରହିଥିବା ସୂଚନା ପାଇ ସେନା, ଏସଓଜି ଓ ସିଆରପିଏଫର ଜବାନମାନେ ସେହି ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିେଲେ  । ଶନିବାର ବଡ଼ି ଭୋରରୁ ହୋଇଥିିବା ଏହି ସର୍ଚ୍ଚ ଅପରେସନ ଆରମ୍ଭ ହେବା ମାତ୍ରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷା କର୍ମୀମାନେ ପୋଜିସନ୍ ନେଇ ପାଲଟା ଗୁଳି ଚଳାଇବାରୁ ୬ ଜଣ ଆତଙ୍କୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଏହି ଗୁଳି ବିନିମୟ ଘଟଣା ପରେ ସେଠାରେ ସେନା ସର୍ଚ୍ଚ ଅପରେସନ୍ ଚଳାଇ ବହୁ ମାରଣାସ୍ତ୍ର ଓ ଗୁଳିଗୋଳା ଜବତ କରିଛି ।