ରାଜଧାନୀରେ ଦନ୍ତା ! ଭୁବେନଶ୍ୱର ଘାଟିକିଆ ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ

35

କନକ ବ୍ୟୁରୋ : ଧୀରେ ଧୀରେ ରାଜ୍ୟରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀପଲ କେତେବେଳେ ଫଲସ ଉଜାଡ଼ିଲେଣି ତ ଆଉ କେଉଁଠି ଘରଦ୍ୱାରା ଭାଙ୍ଗିଲେଣି । ରାଜ୍ୟର ବିଭିନ୍ନ ଅଂଚଳରେ ଚାଲିଛି ହାତୀଙ୍କ ଆତଙ୍କରାଜ । କେନ୍ଦୁଝରର ଚମ୍ପୁଆ ଅଂଚଳ, ଆଠଗଡ଼ ଓ ଅନୁଗୋଳରେ ପ୍ରାୟ ସମୟରେ ହାତୀଙ୍କ ଉପଦ୍ରବ ଦେଖିବା ପାଇଁ ମିଳୁଛି । ତେବେ ହାତୀପଲଙ୍କ ଆକ୍ରମଣରେ ଅନେକ ମୃତାହତ ମଧ୍ୟ ହେଉଛନ୍ତି । କେବଳ ଯେ ଜଙ୍ଗଲ ଅଂଚଳ ତା’ନୁହେଁ ଏବେ ରାଜଧାନୀରେ ମଧ୍ୟ ଦନ୍ତା ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ ।

ରାଜଧାନୀରେ ଦନ୍ତା । ଭୁବେନଶ୍ୱର ଘାଟିକିଆ ସ୍ଥିତ ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ । ଭରତପୁର ଜଙ୍ଗଲରୁ ଏହି ଦନ୍ତା ଓୟୁଏଟି ଫାର୍ମ ହାଉସକୁ ପଶି ଆସିଥିବା ଅନୁମାନ କରାଯାଉଛି । ଦନ୍ତା ହାତୀ ସ୍ଥାନୀୟ ଅଂଚଳରେ ଘୁରି ବୁଲୁଛି । ଏପରିକି ହାତୀ ଯାଉଥିବା ରାସ୍ତାରେ ଥିବା ଏକ ଲୁହା ଗେଟକୁ ଦଳି ଦେଇଛି ଦନ୍ତା । ଏହି ଅଂଚଳକୁ ପଶି ଆସିବା ପରେ ଦନ୍ତାଟି ଏପଟ ସେପଟ ଧାଉଁଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ହାତୀକୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଆରମ୍ଭ କରିଛି ।