ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଦେ, ଫଡନଭିସ ଉପ ମୁଖ୍ୟମନ୍ତ୍ରୀ

62

କନକ ବ୍ୟୁରୋ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତସିଂ କୋଶିୱାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେପଟେ ସରକାରରୁ ବାହାରେ ରହିବାକୁ କହିଥିବା ଦେବେନ୍ଦ୍ର ଫଡନଭିସ କେନ୍ଦ୍ରୀୟ ନେତୃତ୍ୱଙ୍କ ପରାମର୍ଶରେ ଉପ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି ।

କହିରଖୁ କି ଗୋଟିଏ ସପ୍ତାହ ଧରି ମହାରାଷ୍ଟ୍ରରେ କ୍ଷମତା ଦଖଲକୁ ନେଇ ଏକ ହାଇଡ୍ରାମା ଜାରି ରହିଥିଲା । ଆଜି ଏହାର ପରିସମାପ୍ତି ଘଟିଛି । ବିରୋଧୀ ଓ ରାଜନୈତିକ ବିଶ୍ଳେଷକଙ୍କ ସବୁ ଆକଳନକୁ ପଛରେ ପକାଇ ଶେଷରେ ଏକନାଥ ସିନ୍ଦେଙ୍କ ହାତରେ ଦାୟୀତ୍ୱ ଅର୍ପଣ କରିଛନ୍ତି ।

ଅନ୍ୟପଟେ ଫଡନଭିସଙ୍କର ଏଭଳି ନିଷ୍ପତ୍ତି ଉପରେ କିଛି ବିଜେପି ବିଧାୟକ ଅସନ୍ତୁଷ୍ଟ ଥିବା କଥା କୁହାଯାଉଛି । ସେପଟେ ଆଜି ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବାଲା ସାହେବ ଠାକରେଙ୍କ ନାମ ନେଇ ପୁଣି ଶିବସେନା ପାଇଁ ଅଡୁଆ ସୃଷ୍ଟି କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ସିନ୍ଦେଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ।