ଫଡନଭିସଙ୍କୁ ନଡ୍ଡାଙ୍କ ପରାମର୍ଶ, ମହାରାଷ୍ଟ୍ରବାସୀଙ୍କ ସ୍ୱାର୍ଥପାଇଁ ସମ୍ଭାଳନ୍ତୁ ଉପ ମୁଖ୍ୟମନ୍ତ୍ରୀ ପଦ

115

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଆଜି ନୂଆ ସରକାର ଗଠନ ହେବାକୁ ଯାଉଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନାମ ଘୋଷଣା କରିଛନ୍ତି । ଏହାସହ ସେ ନିଜେ ସରକାରରୁ ଦୂରରେ ରହିବେ ବୋଲି କହିଛନ୍ତି । ହେଲେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି କି କେନ୍ଦ୍ର ନେତୃତ୍ୱଙ୍କ ନିଷ୍ପତ୍ତି ମୁତାବକ ଫଡନଭିସ ମହାରାଷ୍ଟ୍ର ସରକାରରେ ଭାଗ ନେବା ଉଚିତ ଓ ସେ ଉପ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳନ୍ତୁ ବୋଲି ନଡ୍ଡା ପରାମର୍ଶ ଦେଇଛନ୍ତି ।

 

ସେପଟେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଟ୍ୱିଟ କରି କହିଛନ୍ତି କି ନଡ୍ଡାଙ୍କ ପରାମର୍ଶ କ୍ରମେ ଓ ମହାରାଷ୍ଟ୍ରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦେବେନ୍ଦ୍ର ଫଡନଭିସ ସିନ୍ଦେ ସରକାରରେ ସାମିଲ ହୋଇ ଉପ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ।

 

କହିରଖୁ କି ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନଭିସ ପ୍ରଥମେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ । ଏହାପରେ ଉଭୟ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଫଡନଭିସ ତାଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକନାଥ ସିନ୍ଦେଙ୍କ ନାମ ଘୋଷଣା କରିଥିଲେ ।