ଅଡୁଆରେ ଆଶୀର୍ବାଦ ! ଇଡି ସ୍କାନରରେ କ୍ରୀଡ଼ା ପ୍ରଶାସକ

28

କନକ ବ୍ୟୁରୋ: ଓଡିଶା ଅଲମ୍ପିକ୍ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନାଁରେ ମାମଲା ରୁଜୁ କଲା ପ୍ରବର୍ତନ ନିର୍ଦେଶାଳୟ । ଜମି ଜାଲିଆତି ସହ ବେଆଇନ୍ ଆର୍ଥିକ କାରବାର ନେଇ ମାମଲା ରୁଜୁ ହୋଇଛି । ତାଙ୍କ ପୁଅ ଓ ଜ୍ୱାଇଁଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଇଡି । ଏଥି ସହିତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ଏବେ ନଜର ପକାନ୍ତୁ ଅଲମ୍ପିକ୍ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବିରୋଧରେ କି କି ଅଭିଯୋଗ ରହିଛି ।

– ବାରବାଟୀ ଷ୍ଟାଡିଅମ୍ ପରିସରରେ ସରକାରୀ ଜମି ଜବର ଦଖଲ କରିଛନ୍ତି ଆଶୀର୍ବାଦ ବେହେରା ।

– ଏହା ମଧ୍ୟରେ ରହିଛି ବାରବାଟୀ ପ୍ୟାଲେସ ଏବଂ ୨୩ ଟି ଦୋକାନ ଘର । ଯାହାର ମାଲିକାନା ରହିଛି ଆଶୀର୍ବାଦଙ୍କ ହାତରେ ।

– ଜମି ଜବର ଦଖଲ କରି ଗଢି ଉଠିଥିବା ବାରବାଟୀ ପ୍ୟାଲେସରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ଆଶୀର୍ବାଦ ।

– ଆଶୀର୍ବାଦଙ୍କ ପୁଅ ଓ ଜ୍ୱାଇଁଙ୍କ ସଂସ୍ଥା ଇନକନ୍ ଆସୋସିଏଟ୍ସ ଏହି ଜମିକୁ ଲିଜ୍ ଆକାରରେ ନେଇ ବ୍ୟବସାୟ କରିଛନ୍ତି । ଏବଂ ଲକ୍ଷ ଲକ୍ଷ ଟଙ୍କା ଆୟ କରିଛନ୍ତି ।

ସୂଚନା ମୁତାବକ, ୧୯୯୧-୯୨ରେ ତତକାଳୀନ କଟକ ତହସିଲଦାର ଅବନୀକାନ୍ତ ପଟ୍ଟନାୟକ ବାରବାଟୀ ଜମି ଜାଲିଆତି କଥା ସାମ୍ନାକୁ ଆଣିଥିଲେ । ଏପରିକି ବେଆଇନ୍ ଭାବେ ଗଢିଉଠିଥିବା ବ୍ୟବସାୟ ପ୍ରତିଷ୍ଠାନକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ମଧ୍ୟ ହୋଇଥିଲା । ଏହାପରେ ମାମଲାଟି ଉଭୟ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ପହଂଚିଥିଲା ।