ପାଣିକୋଇଲି: ନକଲି ପୋଲିସ ଅଧିକାରୀ ଗିରଫ ! ମିଥ୍ୟା ପରିଚୟ ଦେଇ କିଣିଥିଲେ ଲୁଗା ।

42

କନକ ବ୍ୟୁରୋ : ଯାଜପୁର-ପାଣିକୋଇଲି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ନକଲି ଆଇଆଇସି । ଗିରଫ ବ୍ୟକ୍ତି ହେଲେ ଅନୁଗୁଳର ସୌମ୍ୟରଂଜନ । ସୌମ୍ୟରଂଜନ ନିଜକୁ ପାଣିକୋଇଲି ଥାନା ଅଧିକାରୀ ଭାବେ ପରିଚୟ ଦେଇ ଏକ ଲୁଗା ଦୋକାନରୁ ୧୫ ହଜାର ଟଙ୍କାର ଲୁଗା କିଣିଥିଲେ । କିନ୍ତୁ ପାଖରେ ଟଙ୍କା ନଥିବାରୁ ପାଣିକୋଇଲି ଥାନା ଅଧିକାରୀ ଭାବେ ପରିଚୟ ଦେଇଥିଲେ ।

ଲୁଗା ନେଇ ଯିବା ପରେ ସନ୍ଦେହ ହେବାରୁ ଦୋକାନୀ ପୋଲିସକୁ ଖବର ଦେଇଥିଲେ । ପାଣିକୋଇଲି ପୋଲିସ ତଦନ୍ତ କରି ସୌମ୍ୟରଂଜନଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ସୌମ୍ୟରଞ୍ଜନଙ୍କ ସମେତ ଭଦ୍ରକ ଆଖୁଆପଦା ଅଂଚଳର ପାର୍ଥସାରଥୀ ଦଳେଇ ଅଛନ୍ତି ।