ବ୍ରହ୍ମପୁରରେ ଘରକୁ ଘର ବୁଲି ହେବ ଟିକାକରଣ । ଆସନ୍ତାକାଲି ଠାରୁ ବିଏମସି ଅଂଚଳରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

142

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଘରକୁ ଘର ଟିକାକରଣ ପ୍ରକ୍ରିୟା । ଏହି ସୁବିଧା କେବଳ ବିଏମସି ଅଂଚଳରେ ଲାଗୁ କରାଯିବ । ପ୍ରତ୍ୟେକ ଅଂଚଳରେ କିଛି ଲୋକଙ୍କୁ ନେଇ ଏହି ଟିକାଦାନ କରାଯିବ । ଏହି ସେବା ପାଇଁ ଏକ ସ୍ୱତନ୍ତ୍ର ଗାଡି ପ୍ରସ୍ତୁତ କରାଯାଇଛି । ଏହି ଗାଡ଼ି ଘର ଘର ବୁଲି ପଂଜିକୃତ କିମ୍ବା ଟିକା ନେବା ପାଇଁ ସୁଚନା ଦେଇଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକା ଦେବ ।

ଏହାସହ ଆଜିଠୁ କରୋନା ସଚେତନତା ରଥ ବ୍ରହ୍ମପୁର ବିଏମସି ଅଂଚଳରେ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏହି ରଥକୁ କରୋନା ଭୁତାଣୁ ଭଳି ସଜାଯାଇଛି । ସହରର ସମସ୍ତ ଅଂଚଳରେ ପହଂଚି ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷାକରିବା, ସାନିଟାଇଜ କରିବା ଏବଂ ଆବଶ୍ୟକତା ନଥିଲେ ଘରୁ ନବାହାରିବା ନେଇ ଲୋକଙ୍କୁ ସଚେତନ କରିବ ଏହି ଗାଡ଼ି ।