ସ୍ୱାଗତ ପାଇଁ ପ୍ରସ୍ତୁତ ! ମୋଦିଙ୍କ ଅପେକ୍ଷାରେ ଟ୍ରମ୍ପ୍

37

କନକ ବ୍ୟୁରୋ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଆମେରିକା ରାଷ୍ଟ୍ରପତି ଡ୍ଲୋନ୍ଡ ଟ୍ରମ୍ପଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷାିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବେ । ଏହି ଗସ୍ତ ପାଇଁ ଚ୍ରମ୍ପ ପ୍ରଶାସନ ଜୋରସୋର ପ୍ରସ୍ତୁତି ଚଳାଇଥିବା ବେଳେ ମୋଦିଙ୍କ ଗସ୍ତ ଅବସରରେ ଦୀର୍ଘମିଆଦି ସାମରିକ ଚୁକ୍ତି ସ୍ୱାକ୍ଷରିତ ହେବା ସମ୍ଭାବନା ରହିଛି । ଇତିମଧ୍ୟରେ ଆମେରିକା ତାର ଶକ୍ତିଶାଳୀ ପ୍ରେଡାଟର ସର୍ଭେଲାନ୍ସ ଡ୍ରୋନ୍ ଭାରତକୁ ଦେବାପାଇଁ ଘୋଷଣା କରିସାରିଛି । ଭାରତ-ଆମେରିକା ମଧ୍ୟରେ ସାମରିକ,ରାଜନୈତିକ ଏବଂ ବ୍ୟାପାର ସଂପର୍କକୁ ଅଧିକ ବ୍ୟାପକ କରିବା ପାଇଁ ବରିଷ୍ଠ ଆମେରିକୀୟ କୂଟନୀତିଜ୍ଞମାନେ ମତ ଦେଇଛନ୍ତି ।

ମୋଦିଙ୍କୁ ରେଡ୍ କାର୍ପେଟ ସ୍ୱାଗତ ପାଇଁ ହ୍ୱାଇଟ୍ ହାଉସରେ ପ୍ରସ୍ତୁତି ଚାଲିଛି ଏବଂ ମୋଦିଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଜିର ସଭାର ଆୟୋଜନ କରୁଛନ୍ତି ଟ୍ରମ୍ପ । କ୍ଷମତା ଆସିବା ପାରେ ଟ୍ରମ୍ପ ପ୍ରଶାସନ କୌଣସି ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଏଭଳି ଭୋଜି ଆୟୋଜନ କରିବା ପ୍ରଥମ ୨ରାଷ୍ଟ୍ରର ସଂପର୍କ ଏବେ ନୂତନ ପର୍ଯ୍ୟାୟକୁ ଯିବ ବୋଲି କୁହାଯାଉଛି । ତେବେ ଉଭୟ ମୋଦି ଓ ଟ୍ରମ୍ପ ଜାତୀୟତାବାଦୀ ନେତାଭାବେ ପରିଚିତ ଥିବାବେଳେ ଟ୍ରମ୍ପଙ୍କ ‘ଆମେରିକା ପ୍ରଥମ’ ନୀତି ଭାରତ ସହ ସଂପର୍କକୁ ପ୍ରଭାବିତ କରିବା ଆଶଙ୍କା ରହିଛି ।

ତେବେ ମୋଦି-ଟ୍ରମ୍ପ ଦ୍ୱିପାକ୍ଷିକ ଆଲୋଚନାରେ ମୁଖ୍ୟତଃ ଏଚ୍-୧ ବି ଭିସା, ବାଣିଜ୍ୟ ଓ ସାମରିକ ସହଯୋଗ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାପଡିଛି । ଅନ୍ତର୍ଜାତୀୟ ପ୍ରସଙ୍ଗରେ ସୀମାପାର ଆତଙ୍କବାଦ, ଇସଲାମିକ ଆତଙ୍କବାଦ, ଏନଏସଜି ସଦସ୍ୟତା ପ୍ରସଙ୍ଗ ଏବଂ ପ୍ୟାରିସ୍ ଜଳବାୟୁ ଚୁକ୍ତି ନେଇ ଦୁଇନେତା ଆଲୋଚନା କରିବେ ।