କୌଣସି ବ୍ୟାଙ୍କ କର୍ମକାରୀ ଆପଣଙ୍କ କଥା ଶୁଣୁନଥିଲେ ଏଠାରେ କରନ୍ତୁ ଅଭିଯୋଗ ! ସଙ୍ଗେ ସଙ୍ଗେ ଆପଣଙ୍କୁ ମିଳିବ ନ୍ୟାୟ,ଚାଲିଯିବ କର୍ମକାରୀଙ୍କ ଚାକିରୀ । 

2,360

ଗ୍ରାହକଙ୍କ ଅଭିଯୋଗକୁ ଶୁଣିବା ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଟି ବ୍ୟାଙ୍କରେ Grievance Redressal Forum କାର୍ଯ୍ୟ କରିଥାଏ । ଏହାସହ ଏପିଲେଟ୍ ଅଥୋରିଟିଜ୍ ମଧ୍ୟ ଏହା ଉପରେ କାମ କରିଥାନ୍ତି । ତେବେ ଆପଣ ଯଦି ଜାଣିନାହାନ୍ତି ବ୍ୟାଙ୍କରେ କେଉଁଠି ନିଜ ଅଭିଯୋଗ କହିବେ ତେବେ ସେହି ବ୍ୟାଙ୍କର Grievance Redressal Number ମନେରଖନ୍ତୁ । କିଛି ବ୍ୟାଙ୍କରେ ଅନଲାଇନ୍ ଅଭିଯୋଗ କରିବା ପାଇଁ ମଧ୍ୟ ସୁବିଧା ଦିଆଯାଉଛି । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହିଭଳି ୫ ଟି ବ୍ୟାଙ୍କ୍ ର ଅଭିଯୋଗ ନିବାରଣ ଯୋଜନା ବିଷୟରେ କହିବାକୁ ଯାଉଛୁ  । ପ୍ରାୟତଃ ସବୁ ବ୍ୟାଙ୍କରେ ଏହିଭଳି ଯୋଜନା ରହିଛି ଯେଉଁଠି ଗ୍ରାହକ ବ୍ୟାଙ୍କ ସେବା କିମ୍ବା କୌଣସି କର୍ମଚାରୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହେଲେ ଅଭିଯୋଗ କରିପାରିବେ ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) : ଏସବିଆଇର ସେବା ମୁତାବକ,ଯଦି ଆପଣଙ୍କୁ ବ୍ୟାଙ୍କର କେଉଁ ଶାଖାରେ କିଛି ବି ଅସୁବିଧା ରହୁଛି କିମ୍ବା କୌଣସି ବ୍ୟାଙ୍କ କର୍ମଚାରୀଙ୍କ ବ୍ୟବହାରରେ ଆପଣ ଅସନ୍ତୁଷ୍ଟ ହେଲେ ଆପଣ ସିଧାସଳଖ ବ୍ୟାଙ୍କ୍ ର ବ୍ରାଞ୍ଚ ମ୍ୟାନେଜରଙ୍କ ପାଖରେ ଅଭିଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ୧୮୦୦-୪୨୫-୩୮୦୦ / ୧-୮୦୦-୧୧-୨୨-୧୧ ଟୋଲ ଫ୍ରି ନମ୍ବରକୁ କଲ୍ କରି ନିଜ ଅଭିଯୋଗ ବିଷୟରେ କହିିପାରିବେ ।

ଏସଏମ୍ଏସ୍ ଜରିଆରେ କରନ୍ତୁ ଅଭିଯୋଗ : ଏସବିଆଇ ଆପଣଙ୍କୁ ଏସଏମ୍ଏସ୍ ଜରିଆରେ ମଧ୍ୟ ଅଭିଯୋଗ କରିବା ପାଇଁ ସୁବିଧା ଦେଉଛି । ଏଥିପାଇଁ ଆପଣଙ୍କ UNHAPPY ଲେଖି ୮୦୦୮୨୦୨୦୨୦ ରେ ପଠାଇବାକୁ ପଡିବ । ଏଥିରେ ଅନଲାଇନ୍ ଫିଡବ୍ୟାକ୍ ମଧ୍ୟ ପଠାଇପାରିବେ ।

୧୦ ଦିନ ଭିତରେ ସମାଧାନ ନହେଲେ : ଆପଣଙ୍କ ଅଭିଯୋଗ ୧୦ ଦିନ ଭିତରେ ସମାଧାନ ନହେଲେ ଆପଣ ନେଟୱର୍କ ନୋଡାଲ୍ ଅଫିସରଙ୍କୁ ଏନେଇ ଅଭିଯୋଗ କରିପାରିବେ । ଏହାଛଡା ଆପଣ ଷ୍ଟେଟ୍ ବ୍ୟାଙ୍କ ଅପ୍ ଇଣ୍ଡିଆ ଚେୟାରମ୍ୟାନକୁ ମଧ୍ୟ ଅଭିଯୋଗ କରିପାରିବେ ।

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ : ଦେଶର ଦ୍ୱିତୀୟ ବଡ ବ୍ୟାଙ୍କ ପିଏନବିରେ ମଧ୍ୟ ଏଭଳି ସୁବିଧା ଦିଆଯାଇଛି । ଏଥିରେ ପ୍ରଥମେ ଆପଣ ନିଜ ଅସୁବିଧାକୁ ବ୍ୟାଙ୍କ୍ କଷ୍ଟମର କେୟାରରେ ଜଣାଇବେ । କଷ୍ଟମର କେୟାରରେ ଆପଣଙ୍କ ଅଭିଯୋଗ ସନ୍ତୁଷ୍ଟ ଜନକ ନହେଲେ ଆପଣ ଅପିଲେଟ୍ ଅଥୋରିଟିରେ ଏନେଇ ଅଭିଯୋଗ କରିପାରିବେ । ପିଏନବି ବ୍ୟାଙ୍କ ସବୁ ସହରରେ ଅପିଲେଟ୍ ଅଥୋରିଟିକୁ ନିଯୁକ୍ତ କରିଛି । ଏହାର ସମ୍ପୁର୍ଣ୍ଣ ସୂଚନା ଆପଣଙ୍କୁ ପିଏନବି ୱେବସାଇଟ୍ ରେ ମିଳିଯିବ ।

ଆଇସିଆଇସିଆଇ ବ୍ୟାଙ୍କ : ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଅଭିଯୋଗ କରିବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ ଯେଉଁଥିରେ ଆପଣ ସହଜରେ ଅଭିଯୋଗ କରିପାରିବେ । https://www.icicibank.com/feedback.page ରେ ଆପଣଙ୍କୁ ଅଧିକ ସୁଚନା ମିଳିଯିବ ।

ଏଚଡିଏଫସି ବ୍ୟାଙ୍କ : ଏଚଡିଏଫସି ବ୍ୟାଙ୍କ ତରଫରୁ ମଧ୍ୟ ଅଭିଯୋଗ କରିବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ । ଏଥିପାଇଁ ଆପଣ ନୋଡାଲ୍ ଅଫିସରଙ୍କୁ ମଧ୍ୟ ଅଭିଯୋଗ କରିପାରିବେ ।https://www.hdfcbank.com/assets/popuppages/nodal-officers.htm?openpopupinside=yesରେ କ୍ଲିକ୍ କରି ନୋଡାଲ୍ ଅଫିସରଙ୍କୁ ଅଭିଯୋଗ କରନ୍ତୁ ।

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ : ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ଅନଲାଇନ୍ ଅଭିଯୋଗ ସୁବିଧା ରହିଛି ଯାହାର ୱେବସାଇଟରେ ମୁଖ୍ୟ ଗ୍ରିଭେନ୍ସ ଅପିସରଙ୍କ ନମ୍ବର ଏବଂ ଠିକଣା ମଧ୍ୟ ଦିଆଯାଇଛି ।https://www.unionbankofindia.co.in/english/home.aspx ରେ କ୍ଲିକ୍ କରି ଅଭିଯୋଗ କରିପାରିବେ ।