ଘରୁ ମା’ କୁ ତଡିଦେଲା ପୁଅ ! ପାଇଖାନା ପାଲଟିଛି ଆଶ୍ରୟସ୍ଥଳୀ

46

କନକ ବ୍ୟୁରୋ : ଗରିବଙ୍କ ଉନ୍ନତି ପାଇଁ କାମ କରୁଥିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗର୍ଜନ କରୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସରକାରୀ ଯୋଜନା କରୁଛନ୍ତି । ହେଲେ ଯୋଜନା ଗୁଡିକ କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ଠାରୁ ଅନେକ ଦୂରରେ ଥିବା ଦେଖିବାକୁ ମିଳିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମଧେନୁକୋଟ ଗାଁର ପାଲିଆ ମହାନ୍ତି ।

୭୫ ବର୍ଷୀୟା ବିଧବା ବୃଦ୍ଧା ପାଲିଆ ମହାନ୍ତି । ଢେଙ୍କାନାଳ ସଦର ବ୍ଲକ କାମଧେନୁକୋଟ ଗାଁର ମାହାନ୍ତି ସାହିରେ ରହୁଥିବା ପାଲିଆଙ୍କ ଆଶ୍ରୟସ୍ଥଳୀ ହେଉଛି ଏହି ୩/୪ ଫୁଟର ପାଇଖାନା ଘର । ଝାଟିମାଟିର ବାସ ଖଣ୍ଡିକ ଭାଙ୍ଗି ଯିବା ପରେ ମୁଣ୍ଡ ଗୁଂଜିବାକୁ ପାଲିଆଙ୍କ ପାଇଁ ସାହାରା ପାଲଟିଛି କେନ୍ଦ୍ର ସରକାରଙ୍କ ସ୍ୱଛ ଭାରତ ମିଶନରେ ତିଆରି ହୋଇଥିବା ପାଇଖାନା ଘର । ପର ଘରେ ମୁଲ ଲାଗି ପେଟ ପୋଷୁଥିବା ବୃଦ୍ଧା, ନିଜ ବ୍ୟବହୃତ ଆସବାବ ପତ୍ରକୁ ପାଇଖାନା ଘରେ ଗୁଂଜାଗୁଂଜି କରି ରଖୁଥିବା ବେଳେ ବାହାରେ ପଲିଥୀନ ପକାଇ ଶୋଉଛନ୍ତି ।

ଚୁଲି ନାହିଁ କି ଚାଳ ନାହିଁ, ଜନ୍ମ କଲା ପୁଅ ବି ଘରୁ ତଡି ଦେଇଛି । ଏଭଳି ସ୍ଥିତିରେ ବିଜୁ ପକ୍କାଘର ଖଣ୍ଡିଏ ଲାଗି ପାଲିଆ, ୬ ମାସ ହେବ ସ୍ଥାନୀୟ ସରପଂଚଙ୍କ ମାଧ୍ୟମରେ ବିଡିଓଙ୍କ ନିକଟରେ ଆବେଦନ କରିଛନ୍ତି । କିନ୍ତୁ କିଛି ଲାଭ ଲାହିଁ । ପ୍ରଶାସନର ନଜର ତାଙ୍କ ଉପରେ ପଡିନଥିବା ଅଭିଯୋଗ ହୋଇଛି ।