ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଡେରା ମୁଖ୍ୟ ରାମରହିମ !
କନକ ବ୍ୟୁରୋ : ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଡେରା ମୁଖ୍ୟ ରାମରହିମ । ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ରୋହତକ ଜେଲରେ ଥିବା ରାମରହିମ ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି । ତାଙ୍କ ଉପରେ ଲଗାଇଯାଇଥିବା ଅଭିଯୋଗ ମିଛ ବୋଲି ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ସହିତ ଆବେଦନରେ ଦର୍ଶାଇଛନ୍ତି କି ସେ ଶାରିରୀକ ସମ୍ପର୍କ ରଖିବାକୁ ଅକ୍ଷମ । ତେଣୁ ସିବିଆଇ କୋର୍ଟଙ୍କ ରାୟର ପୁର୍ନବିଚାର କରାଯାଉ ।
Kanak News is now on WhatsApp
Join and get latest news updates delivered to you via WhatsApp
ରାମରହିମଙ୍କୁ ୧୫ ବର୍ଷ ତଳର ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅଗଷ୍ଟ ୨୫ତାରିଖରେ ଦୋଷୀ ଘୋଷଣା କରିଥିଲେ । ଏବଂ ୨୮ତାରିଖରେ ଏହି ମାମଲାରେ ୨୦ବର୍ଷ ଜେଲ ଦଣ୍ଡ ସହ ୩୦ଲକ୍ଷ ଟଙ୍କାର ଜୋରିମାନାର ଦଣ୍ଡ ଦେଇଥିଲେ । ଅଗଷ୍ଟ ୨୫ ତାରିଖରେ ରାମରହିମଙ୍କୁ ଦୋଷୀ ଘୋଷଣା କରାଯିବା ପରେ ପଞ୍ଜାବ ଓ ହରିୟାଣାରେ ଦେଖାଦେଇଥିଲା ବ୍ୟାପକ ହିଂସା । ଏହି ହିଂସାରେ ୩୮ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ହାଇକୋର୍ଟରେ ଆଣ୍ଟିସିପେଟୋରୀ ବେଲ୍ ପାଇଁ ଆବେଦନ କରିଛନ୍ତି ହନିପ୍ରୀତ୍ ।