ପଇଡ଼ ପାଣିର ଉପକାରିତା ବିଷୟରେ ଜାଣନ୍ତୁ . . . . .

379

ସମସ୍ତେ ଜାଣନ୍ତି ପଇଡ଼ ପାଣି ଶରୀର ପାଇଁ ବେଶ୍ ହିତକର । ପଇଡ ପାଣି ପିଇବା ପାଇଁ ସମସ୍ତେ ଭଲ ପାଆନ୍ତି ମଧ୍ୟ । ଏହା ଭଲ ଲାଗିବା ସହ ଏଥିରେ ବିଭିନ୍ନ ପ୍ରକାର ଔଷଧ ଗୁଣ ରହିଥାଏ । ପଇଡ ପାଣିର ପ୍ରଭାବରେ ଶରୀରରେ ଥିବା ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଅନ୍ୟ ପାନୀୟ ତୁଳନାରେ ପଇଡ ପାଣିରେ କ୍ୟାଲୋରୀର ମାତ୍ର କମ୍ ଥିବା ହେତୁ ଏହା ଶରୀରର ମେଦ ବୃଦ୍ଧି କରେ ନାହିଁ ।

ହାସହ ପଇଡ ପାଣି ଶରୀରର ଜଳୀୟ ଅଂଶ ଧରି ରଖିବା ଓ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ପଇଡ ପାଣିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଥାଏ । ଏହା ମସ୍ତିଷ୍କ ଓ ସ୍ନାୟୁକୁ ଅଧିକ ସକ୍ରିୟ କରିବାରେ ବିଶେଷ ଭୂମିକା ନିଭାଇଥାଏ । ଦିନକୁ ଗୋଟିଏ ପଇଡ ପିଇଲେ ପ୍ରାୟ ୧୩ ପ୍ରତିଶତ ପୋଟାସିୟମ ଶରୀରକୁ ମିଳିଥାଏ । ଆସନ୍ତୁ ଜାଣିବା ପଇଡ ପାଣିର କିଛି ଔଷଧୀୟ ଗୁଣ ବିଷୟରେ . . . .

୧. ପଇଡ ପାଣିରେ ପ୍ରଚୁର ମାତ୍ରାରେ ଫାଇବର୍ ରହିଛି । ଯାହା ପାଚନ କ୍ରିୟାକୁ ସୁଦୃଢ କରିବାରେ ସହାୟକ ହୋଇଥାଏ । ବିଶେଷ କରି ପଇଡ ପାଣି ବଦ୍ ହଜମୀ ସମସ୍ୟାକୁ ଦୂର କରେ । କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦୂର କରିଥାଏ ।

୨. ଓଜନ ହଟାଇବା​‌ରେ ଏହା ଏକ ସହଜ ଉପାୟ । ପଇଡ ପାଣି ଓଜନ କମ କରିବା ସହ ପାଚନ ପ୍ରକ୍ରିୟା ସକ୍ରିୟ କରିଥାଏ ।

୩. ଶରୀରରେ ମ୍ୟାଗ୍ନେସିୟମ ସ୍ତର କମ୍ ହେଲେ ମାଇଗ୍ରେନ ରୋଗ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ପଇଡ ପାଣି ପିଇଲେ ମାଇଗ୍ରେନ୍ ରୋଗ ନ ହେବା ସହ ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।

୪. ପଇଡ ପାଣି ପିଇବା ଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରଣରେ ରହିଥାଏ ।

୫. ପଇଡ ପାଣିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ତ୍ଵଚା ଇଜ୍ଜ୍ଵଳ ଓ ଶରୀରର ବିଭିନ୍ନ କ୍ଷତ ଚିହ୍ନ ଦୂର କରିବାରେ ସହାୟକ ହୋଇଥାଏ । ଶରୀରରେ କୌଣସି କ୍ଷତ ଚିହ୍ନ ଦୂର କରିବା ପାଇଁ ଖାଦ୍ୟରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ପଇଡ ପାଣି ଏଥିପାଇଁ ବହୁତ ଭଲ ।

୬. ପଇଡ ପାଣି ଉଚ୍ଚରକ୍ତ ଚାପଜନିତ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।

୭. ପଇଡ ପାଣି ବ୍ୟବହାର କରିବା ଦ୍ୱାରା ଥକାପଣ ଦୂର ହେବା ସହ ବୟସର ପ୍ରଭାବ ଚେହେରାରେ ପଡିନଥାଏ ।
୮. ସକାଳେ ପଇଡ ପାଣି ପିଇବା ଦ୍ୱାରା ଦିନ ସାରା କାମ କରିବାକୁ ଶକ୍ତି ମିଳେ ।

୯. ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି, ପଇଡ ପାଣିରେ ଥିବା ଏକପ୍ରକାର ହରମୋନ୍ ଶରୀରର ଉତ୍ତମ କୋଷଗୁଡିକ ସକ୍ରିୟ କରେ । ଏହାଦ୍ୱାରା କ୍ୟାନସର ସୃଷ୍ଟି କରୁଥିବା କୋସଗୁଡିକୁ ନିଷ୍କ୍ରିୟ କରିଦିଏ ।

୧୦ ନିୟମିତ ପଇଡ ପାଣି ପିଇବା ଦ୍ୱାରା ହୃଦୟ ଜନିତ ରୋଗ ହୋଇନଥାଏ।