ଭାରତର ସ୍ୱଦେଶୀ ମହାହତିଆର : ଋଷ ଏସ୍-୪୦୦ ପରି ଆକାଶ ପଥରେ ଶତ୍ରୁକୁ କରିବ ନିପାତ

156

କନକ ବ୍ୟୁରୋ: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ଏବେ ଏପରି ଏକ ମହାହତିଆର ନିର୍ମାଣ କରିଛି ଯାହା ଋଷର ଶକ୍ତିଶାଳୀ ଏସ୍-୪୦୦୦ ମିଶାଇଲ ପରି ଶତ୍ରୁକୁ ନାଶ କରିବ । ଆକାଶ ପଥରେ ଶତ୍ରୁର ଫାଇଟର ଜେଟ୍ ହେଉ କି ଡ୍ରୋନ, କି ହେଲିକପ୍ଟର କିଛି ବି ଏହାର ଟାର୍ଗେଟରୁ ବର୍ତ୍ତିପାରିବ ନାହିଁ । ସବୁଠାରୁ ବିଶେଷ କଥା ହେଉଛି ଏହାକୁ ସହଜରେ କେହି ବି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଜେ ନେଇପାରିବ । ଏହାକୁ ସୀମାରେ ମୁତୟନ କରାଯାଇପାରିବ ।

ମାର୍ଚ୍ଚ ୧୪ ତାରିଖରେ ଡିଆରଡିଓ ଏହାର ସଫଳ ପରୀକ୍ଷଣ କରିଛି । ଏହାକୁ ଓଡିଶାର ଚାନ୍ଦିପୁର ସ୍ଥିତ ଆଇଟିଆର ପରୀକ୍ଷଣ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ଥରେ ନୁହେଁ ୨ ଥର ଏହାକୁ ପରୀକ୍ଷଣ କରାଯାଇଛି । ଏହାକୁ ସମତଳ ଭୂମି ହେଉ ବା ପାହାଡିଆ ଅଞ୍ଚଳରୁ ସହଜରେ ଉତକ୍ଷେପଣ କରାଯାଇପାରିବ ।

VSHORADS ର ଓଜନ ମାତ୍ର ୨୦.୫ କେଜି । ଏହାର ଲମ୍ବ ୬.୭ ଫୁଟ, ବ୍ୟାସ ୩.୫ ଇଞ୍ଚ । ଏହା ୨ କେଜି ଓଜନର ହତିଆର ବହନ କରିନେଇପାରିବ । ଏହାର ଟାର୍ଗେଟ ରେଞ୍ଜ ୬ କିଲୋମିଟରରୁ ୧୧,୫୦୦ କିଲୋମିଟର ।