ଅଣ୍ଡର ୱାର୍ଲ୍ଡ ଦାଉଦ ଇବ୍ରାହିମର ହୃଦଘାତରେ ମୃତ୍ୟୁ ନେଇ ଗୁଜବ : ଘନିଷ୍ଠ ସହଯୋଗୀ ଛୋଟା ସକିଲର ଖଣ୍ଡନ

21

କନକ ବ୍ୟୁରୋ : ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ସୋସିଆଲ ମିଡିଆରେ ଗୁଜବ ହୋଇଛି । ଏହି ଖବରକୁ ଖଣ୍ଡନ କରିଛି ଦାଉଦର ଘନିଷ୍ଠ ସହଯୋଗୀ ଛୋଟା ସକିଲ । ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଛୋଟା ସକିଲ କହିଲି ଯେ, ଡି କମ୍ପାନୀ ମୁଖ୍ୟ ଦାଉଦ ଇବ୍ରାହିମ ସୁସ୍ଥ ଅଛନ୍ତି ।

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ କରାଚୀରେ ଥିବା ଆଗା ଖାନ୍ ହସ୍ପିଟାଲରେ ଗୁରୁତର ଅସୁସ୍ଥ ଥିବା ଦାଉଦ ଇବ୍ରାହିମଙ୍କ ଚିକିତ୍ସା ଚାଲିଥିଲା । ଏହାସହ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦାଉଦଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ତାଙ୍କ ଘନିଷ୍ଟ ସହଯୋଗୀ ଛୋଟା ସକିଲ । ଶୁକ୍ରବାର ଦିନ ସୋସିଆଲ ମିଡିଆରେ ମଧ୍ୟ ଦାଉଦ ଇବ୍ରାହିମର ମୃତ୍ୟୁ ହୋଇଥିବା ଭାଇରାଲ ହୋଇଥିଲା ।