ପ୍ରତି ଦିନ,ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ଶୁଭ : କାହିଁକି କହିଥିଲେ ଅବଦୁଲ କଲାମ ?

156

98a8dca25a.39d32aa045.R46MVIମହାନ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କଲାମ ଈଶ୍ୱର ବିଶ୍ୱାସୀ ଥିଲେ, ମାତ୍ର ଅନ୍ଧବିଶ୍ୱାସୀ ନଥିଲେ । ମନରେ ତିଳେମାତ୍ର କୁସଂସ୍କାର ନଥିଲା । ତାଙ୍କୁ ରାଷ୍ଟ୍ରପତି କରିବାକୁ ବିଜେପି ସମେତ ପ୍ରାୟ ସବୁ ଦଳ ନିଷ୍ପତ୍ତି ନେଲେ । ମନୋନୟନ ପତ୍ର ଦାଖଲର ତାରିଖ ପାଖେଇ ଆସିଲା । ବିଜେପି ନେତା ତଥା ତତକାଳୀନ କେନ୍ଦ୍ର ମନ୍ତ୍ରୀ ପ୍ରମୋଦ ମହାଜନ ଡ. କଲାମଙ୍କର ନିର୍ବାଚନ ତଦାରଖ ଦାୟିତ୍ୱରେ ରହିଲେ । ସେ ଡ.କଲାମଙ୍କୁ ପଚାରିଲେ, ସାର୍ ଆପଣଙ୍କର ଶୁଭ ଦିନ ଓ ଶୁଭ ବେଳା ସଂପର୍କରେ କୁହନ୍ତୁ । ସେହି ସମୟରେ ଆମେ ମନୋନୟନ ପତ୍ର ଦାଖଲ କରିବୁ ।

ଡ.କଲାମ କହିଲେ, ଶୁଭ ବେଳା ଗୋଟେ କଣ ? ଏ ପୃଥିବୀ ମାତା ସବୁବେଳେ ସୂର୍ଯ୍ୟ ଚାରି ପଟେ ଓ ନିଜ ଚାରିପଟେ ଘୂରୁଛି । କେବେ ବି ବିଶ୍ରାମ ନେଉନି । ସେ ଘୂରୁଛି ବୋଲି ଜୀବ ଜଗତ ତିଷ୍ଠିଛି । ତାର ଘୂରିବା ବନ୍ଦ ହୋଇଗଲେ ଏ ଜୀବ ଜଗତ ନଥିବ । ପୃଥିବୀ ଘୂରୁଥିବା ଯାଏ ପ୍ରତିଟି ମୁହୂର୍ତ୍ତ ଶୁଭ । ତେଣୁ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତ ମୋ ପାଇଁ ଶୁଭ । ଯେ କୈାଣସି ଦିନ ଓ ଯେକୈାଣସି ମୁହୂର୍ତ୍ତରେ ମନୋନୟନ ପତ୍ର ଦାଖଲ କରାଯାଇପାରିବ ।