ଜିଦରେ ଅଟଳ ଦାରୁଠେଙ୍ଗ ବାସିନ୍ଦା : ଗଛ ପକାଇ ଡମ୍ପିଂୟାର୍ଡ ରାସ୍ତା ଅବରୋଧ

29

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଦାରୁଠେଙ୍ଗ ବିବାଦ ଥମିବାର ନା ନେଉନି । ଆଜି ବି ଧାରଣାରେ ବସିଛନ୍ତି ଦାରୁଠେଙ୍ଗବାସୀ । ଗିରଫ ହୋଇଥିବା ୩୭ ଜଣ ଦାରୁଠେଙ୍ଗ ବାସିନ୍ଦାଙ୍କୁ ମୁକୁଳାଇବାକୁ ଦାବି ହୋଇଛି । ଆଜି ୮ଟି ପଂଚାୟତବାସୀଙ୍କ ମେଳି ହେବ । ଡମ୍ପିଂୟାର୍ଡ ତଥା ବିଏମସିର ଅରାଜକତା ଏବଂ ପୁଲିସର ଅମାନୁଷିକ କାଣ୍ଡର ଦୃଢ ପ୍ରତିବାଦ କରାଯିବ । ବୈଠକ ବସି ପରବର୍ତୀ ପଦକ୍ଷେପ ଉପରେ ଆଲୋଚନ ଓ ନିଷ୍ପତି ହେବ ବୋଲି  ସୂଚନା ରହିଛି । କୌଣସି ପରିସ୍ଥିତିରେ ମଧ୍ୟ ସେଠାରେ ଡମ୍ପିଂୟାର୍ଡ ଓ ଟ୍ରିଟମେଂଟ ପ୍ଲାଂଟ କରାଇଦେବେନି ବୋଲି ଜିଦରେ ଅଟଳ ରହିଛନ୍ତି ଦାରୁଠେଙ୍ଗ ବାସିନ୍ଦା । ଗତକାଲି ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନେଇ ପୁଲିସ ଜନତା ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ପୁଲିସ ଉପରକୁ ଉତ୍ୟକ୍ତ ଗାଁଲୋକେ ଢେଲାମାଡ କରିଥିଲେ । ପରିସ୍ଥିତିକୁ ଆୟତ କରିବାକୁ ପୁଲିସ ଲାଠିଚାର୍ଜ କରିବା ସହ ଟିଅର ଗ୍ୟାସ୍ ମାଡ କରିଥିଲା । ଘଟଣାସ୍ଥଳରେ ଏବେ ବି ପୋଲିସ ଫୋର୍ସ ମୃତୟନ ରହିଛି ।