ନିଜ ଅଂଚଳର ବିକାଶମୂଳକ କାମ ବାବଦରେ ଜାଣିବା ପାଇଁ ଆଗକୁ ଆସିଲେ ଡଙ୍ଗରିଆ କନ୍ଧ ! ପ୍ରଶାସନକୁ କଲେ ପ୍ରଶ୍ନ

46

କନକ ବ୍ୟୁରୋ : ଆମ ଅଂଚଳର ବିକାଶ ବାବଦରେ ଆମକୁ କୁହ । କ’ଣ କ’ଣ ବିକାଶମୂଳକ କାମ କରାଯାଉଛି ଆମକୁ ଜଣାଅ । କେବଳ ପଂଚାୟତ ବିଭାଗର କାମକୁ ଛାଡି ଦେଲେ ଅନ୍ୟ ବିଭାଗ ବାବଦରେ କାହିଁକୁ ଆମକୁ କି ଆମ ସରପଂଚକୁ ଅବଗତ କରାଯାଉନାହିଁ । ଏମିତି ଅନେକ ପ୍ରଶ୍ନ ରାୟଗଡା ପ୍ରଶାସନକୁ ପଚାରିଛନ୍ତି ନିୟମଗିରି ପାହାଡ ଉପରେ ରହୁଥିବା ଡଙ୍ଗରିଆ କନ୍ଧ ।

ଆମ ଅଂଚଳରେ କି କି ବିକାଶ ମୂଳକ କାମ ହେଉଛି ଆମକୁ କୁହ । ନିଜ ଅଂଚଳର ବିକାଶ ମୁଖୀ କାମ ବାବଦରେ ଜାଣିବା ପାଇଁ ଆଗକୁ ଆସିଛନ୍ତି ନିୟମଗିରି ପାହାଡରେ ରହୁଥିବା ଡଙ୍ଗରିଆ । କେବଳ ପଂଚାୟତ କାମ ବାବଦରେ ସରପଂଚ ଜାଣୁଥିବା ବେଳେ ଅନ୍ୟ ବିଭାଗର କୌଣସି କାମ ବାବଦରେ ସରପଂଚ କି ଡଙ୍ଗରିଆଙ୍କୁ କାହିଁକି ଜଣାଯାଉନାହିଁ ବୋଲି ପ୍ରଶ୍ନ ହୋଇଛି । ନିୟମଗିରିର ସୁରକ୍ଷା ସମିତି ପକ୍ଷରୁ ବସିଥିବା ବୈଠକରେ ସାମିଲ ହୋଇ ଏମିତି ପ୍ରଶ୍ନ କରିଛନ୍ତି ରାୟଗଡା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଉପରେ ରହୁଥିବା ୩୪ଟି ଗାଁର ଡଙ୍ଗରିଆ ।

ନିୟମଗିରିରେ ରାସ୍ତା କାମକୁ ଡଙ୍ଗରିଆମାନେ ବିରୋଧ କରୁଥିବା କହିଛନ୍ତି ନିୟମଗିରି ସୁରକ୍ଷା ସମିତିର ଆବାହକ । ଅନ୍ୟପଟେ ଏ ପ୍ରସଙ୍ଗରେ ଡଙ୍ଗରିଆମାନେ କହିଛନ୍ତି ବେଦାନ୍ତ କମ୍ପାନୀ ଓ କମ୍ବିଂ ଅପରେସନ୍ ବନ୍ଦ ନହେବା ଯାଏଁ ରାସ୍ତାକାମ ହୋଇପାରିବ ନାହିଁ । ରାସ୍ତା ହେବା ଦ୍ୱାର ଗଛ କଟା, ଜଙ୍ଗଲ ଜାତ ଦ୍ରବ୍ୟ ନଷ୍ଟ, ଓ ନିୟମଗିରିରେ ବାହାରଲୋକଙ୍କ ଅବାଧ ପ୍ରବେଶ ଯୋଗୁଁ ରାସ୍ତା କାମକୁ ବିରୋଧ କରାଯାଉଛି । ସେପଟେ ଡଙ୍ଗରିଆଙ୍କ ମତକୁ ସମର୍ଥନ କରିଛନ୍ତି ବ୍ଲକ ଅଧ୍ୟକ୍ଷ । ଡଙ୍ଗରିଆଙ୍କ ପ୍ରଶ୍ନର ଉତର ରଖି ବିଡିଓ କହିଛନ୍ତି, ସରପଂଚଙ୍କ ଜାଣତରେ କାମ ହେଉଛି । ଅନ୍ୟ ବିଭାଗ କାର୍ଯ୍ୟ ବାବଦରେ ଅଭିଯୋଗ ଆସିଲେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ।