ରାଜଧାନୀରେ ପିଲା ବିକ୍ରି ଅଭିଯୋଗ ! ସାଲିଆ ସାହିରୁ ୪ ମାସର ଶିଶୁପୁତ୍ରକୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ

24

କନକ ବ୍ୟୁରୋ : ରାଜଧାନୀରେ ପିଲା ବିକ୍ରି ଅଭିଯୋଗ । ୪ଟି ପିଲାକୁ ବିକ୍ରି କରାଯାଇଥିବା ଚାଇଲ୍ଡ ହେଲ୍ପ ଲାଇନ୍ ଅଭିଯୋଗ କରିଥିବା ବେଳେ ସାଲିଆ ସାହିରୁ ୪ ମାସ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ତେବେ ଶିଶୁ ପୁିତ୍ର ଉଦ୍ଧାର ପାଇଁ ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟ ଯିବା ବେଳେ ତାଙ୍କୁ ବିରୋଧ କରାଯାଇଥିଲା । ଫଳରେ ପୁଲିସ ସହାୟତରେ ସେମାନେ ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସହାୟକ ହୋଇଥିଲେ । ମୟୁରଭଂଜର ଲକ୍ଷ୍ମଣ ସ୍ୱାଇଁ ଓ ବର୍ଷା ସ୍ୱାଇଁ ତାଙ୍କ ଶିଶୁପୁତ୍ରକୁ ବିକ୍ରିି କରିଥିବା ଅଭିଯୋଗ ହୋଇଛି ।