ପୁଣି ଦାଉ ସାଧିଲା ବର୍ଷା: ଧାନ ବିଲରେ ଜାଲ ବିଛାଇ ମାଛ ଧରିଲେ ଚାଷୀ; ପିପିଲି ସତ୍ୟବାଦୀ ବ୍ଲକର ହଜାର ହଜାର ହେକ୍ଟର ଜମିରେ ମାଡିଗଲା ପାଣି

ବ୍ୟାପକ ଫସଲ ନଷ୍ଟ

199

କନକ ବ୍ୟୁରୋ: ପୁଣି ଦାଉ ସାଜିଲା ବର୍ଷା । ଧାନ ବିଲରେ ଖେଲୁଛି ମୀନ । ଜାଲ ବସାଇ ମାଛ ଧରିଲେ ଚାଷୀ । ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଉଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ମହୁରା, କେତକିପାଟଣା,ରାଯଖଣ୍ଡି ପଂଚାୟତରେ ଚାଷ ଜମିରେ ବର୍ଷା ପାଣିରେ ପଚି ନଷ୍ଟ ହେବାକୁ ବସିଲାଣି ଫସଲ । ପ୍ରଥମେ ଲଗାଣ ବର୍ଷା ପରେ ବନ୍ୟା ଜଳ ଚାଷ ଜମିରେ ଜମି ରହିଥିବାରୁ ଧାନ ଗଛ ପଚି ନଷ୍ଟ ହୋଇଛି । ଚାଷୀର ହଜାର ହଜାର ହେକ୍ଟର ଧାନ ଫସଲ କ୍ଷ଼ତିଗ୍ରସ୍ତ ହେବାକୁ ବସଲାଣି । କେମିତି ଫସଲ ବଂଚେଇବେ ସେନେଇ ଚିନ୍ତାରେ ଚାଷୀ ।