କଟକରେ କରୋନା ଗ୍ରାଫ ଉପରମୁହାଁ: କୁମ୍ଭାର ସାହିରେ ଗୋଟିଏ ଅଟ୍ଟାଳିକାରୁ ବାହାରିଲେ ୨୪ ପଜିଟିଭ; ନିଷିଦ୍ଧାଂଚଳ ଘୋଷଣା

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ପୂଜା କମିଟିକୁ ଦାୟିତ୍ୱ

599

କନକ ବ୍ୟୁରୋ: କଟକରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ସହରର କୁମ୍ଭାର ସାହିରେ ଗୋଟିଏ ବହୁତଳ ପ୍ରସାଦରୁ ଗୋଟିଏ ଦିନରେ ୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ତୁରନ୍ତ ଏହି ସୀମିତ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିଛି ସିଏମସି । ଆଜି ଏହି ଅଂଚଳରୁ ୨୬ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି ତାର କଂଟାକ୍ଟ ଟ୍ରେସିଂ କରାଯିବ । ଏହି ଅଟ୍ଟାଳିକାରେ ୯ ପରିବାରରୁ ୨୬ ପଜିଟିଭ ବାହାରିଛନ୍ତି । ସ୍ଥାନୀୟ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ବିଲ୍ଡିଂ ଉପରେ ସିଏମସି କଟକଣା ଜାରି କରିଛି । ଜରୁରୀ ସାମଗ୍ରୀ ପହଂଚାଇବାକୁ ସ୍ଥାନୀୟ ପୂଜା କମିଟିରୁ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ, ଗତ ଗୋଟିଏ ସପ୍ତାହରେ ସାରା ପୃଥୀବୀରେ ଯେତେ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି, ସେଥିରୁ ଏକ ଚତୁର୍ଥାଂଶ କେବଳ ଭାରତର । ପ୍ରଥମ ଥର ପାଇଁ ଏଭଳି ଏକ ପରିସଂଖ୍ୟାନ ସାମ୍ନାକୁ ଆସିଛି । ଗତ ସପ୍ତାହରେ ବିଶ୍ୱର କୋରାନା ଆକ୍ରାନ୍ତଙ୍କ ମଧ୍ୟରେ ଭାରତର ଭାଗିଦାରୀ ହେଉଛି ୨୬.୨% । ଗତ ଗୋଟିଏ ସପ୍ତାହରେ ଭାରତର ସାଢ଼େ ୪ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ବିଶ୍ୱର କରୋନା ଆକ୍ରନ୍ତଙ୍କ ସଂଖ୍ୟାର ୨୬.୨ ପ୍ରତିଶତ ।

ଅଗଷ୍ଟ ୩ରୁ ୯ ଗୋଟିଏ ସପ୍ତାହରେ ଏହା ଥିଲା ୨୨.୭% ଏବଂ ଅଗଷ୍ଟ ୧୦ରୁ ୧୬ ଗୋଟିଏ ସପ୍ତାହରେ ୨୩.୯% ଏବଂ ଗତ ସପ୍ତାହରେ ଏହା ୨୬ ପ୍ରତିଶତକୁ ଟପିଯାଇଛି । ଏପଟେ ଭାରତରେ ମୃତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି, ଗତ ୭ଦିନ ଭିତରେ ଗତକାଲି ସବଠୁ କମ୍ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୫୯ ହଜାର ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗତକାଲି ୮୪୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହା ଅଗଷ୍ଟ ୪ ତାରିଖ ପରଠାରୁ ସବୁଠାରୁ କମ ମୃତ୍ୟୁ ।