କୋରୋଲିନ୍ ପ୍ରଚାର ଉପରେ କଟକଣା: ବାବା ରାମଦେବଙ୍କ ‘କରୋନା ଔଷଧ’ର ତଥ୍ୟ ମାଗିଲା ଆୟୁଷ ମନ୍ତ୍ରାଳୟ; ପତଂଜଳିକୁ ଔଷଧର କମ୍ପୋଜିସନ ଏବଂ ଗବେଷଣାର ତଥ୍ୟ ଦେବାକୁ ନିର୍ଦ୍ଦେଶ

743

କନକ ବ୍ୟୁରୋ: ବାବା ରାମଦେବଙ୍କ ପତଞ୍ଜଳୀ କମ୍ପାନୀ କରୋନାର ଔଷଧ ବାହାର କରିଥିବା ନେଇ ଘୋଷଣା କରିଛି । ରାମଦେବ ଦାବି କରିଛନ୍ତି ଯେ, ୭ ଦିନ ଭିତରେ କରୋନା ରୋଗ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଔଷଧର ବ୍ୟବହାରିକ ପରୀକ୍ଷଣ ଏବଂ ରୋଗୀଙ୍କ ଉପରେ ପ୍ରୟୋଗ ପରେ ଔଷଧକୁ ଏକ ସପ୍ତାହ ଭିତରେ ବଜାରକୁ ଆଣିବାକୁ ଯାଉଛି ପତଂଜଳି । ସେପଟେ କରୋନା ଔଷଧର ତଥ୍ୟ ମାଗିଛନ୍ତି ସରକାର ।

ଆୟୁଷ ମନ୍ତ୍ରାଳୟ କହିଛି, ପତଂଜଳିର ଔଷଧ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହାର ପ୍ରଚାର ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ସରକାର ଅନୁଧ୍ୟାନ ନକଲା ଯାଏଁ, ପତଂଜଳିକୁ କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ପତଂଜଳିକୁ ଔଷଧର କମ୍ପୋଜିସନ ଏବଂ ଔଷଧ ନେଇ ହୋଇଥିବା ଗବେଷଣାର ଫଳାଫଳ ବାବଦରେ ତଥ୍ୟ ଦେବାକୁ କୁହାଯାଇଛି । ଏଥିସହ କ୍ଲିନିକାଲ ଟ୍ରାଏଲ ଏବଂ ଯେଉଁ ହସପିଟାଲରେ ଗବେଷଣା କରାଯାଇଛି , ତାବାବଦରେ ସମସ୍ତ ତଥ୍ୟ ପତଂଜଳିକୁ ମାଗିଛି ଆୟୁଷ ମନ୍ତ୍ରାଳୟ । ହରିଦ୍ୱାରରେ ହୋଇଥିବା ଏହି ଔଷଧ ପରୀକ୍ଷାର ଲାଇସେନ୍ସ କପି ଏବଂ ଔଷଧର ଅନୁମତି ପତ୍ର ମଧ୍ୟ ମଗାଯାଇଛି ।