ଭାରତରେ କରୋନାରେ ନୂଆ ପ୍ରଜାତି ଏକ୍ସଇ ଚିହ୍ନଟ ନେଇ ଦ୍ୱନ୍ଦ । ପ୍ରାୟ ମାସେ ତଳେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ପାଖରେ ନୂଆ ଭୂତାଣୁ ଚିହ୍ନଟ ହୋଇଥିବା ବିଏମସିର ଦାବି

270

କନକ ବ୍ୟୁରୋ : କରୋନା ସଂକ୍ରମଣ କମିଥିବା ବେଳେ ପୁଣି ଏକ ନୂଆ ଭାରିଆଣ୍ଟ ସତର୍କଘଂଟି ବଜାଇଛି । ଏକ୍ସଇ ନାମକ କରୋନାର ଏହି ନୂଆ ପ୍ରଜାତି ପୂର୍ବରୁ ବ୍ରିଟେନରେ ଚିହ୍ନଟ ହୋଇଥିବା ବେଳେ ଏବେ ମୁମ୍ବାଇରେ ଚିହ୍ନଟ ହୋଇଛି । ସବୁଠୁ ବଡ଼ କଥା ହେଲା ଏହି ପ୍ରଜାତି ଓମିକ୍ରନ ଠାରୁ ପ୍ରାୟ ୧୦ ଗୁଣା ଅଧିକ ସଂକ୍ରାମକ ।
ତେବେ ମୁମ୍ବାଇରେ ଚିହ୍ନଟ ଆକ୍ରାନ୍ତ ଏକ୍ସ-ଇ ଭାରିଆଂଟରେ ଆକ୍ରାନ୍ତ ନା ନୁହେଁ, ତାହା ପୁଣିଥରେ ଜିନୋମ ସ୍ୱିକେନସିଂ କରାଯିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର । ସେପଟେ ଏହି ପ୍ରଜାତି ଅଧିକ ଘାତକ ହୋଇ ନପାରେ ବୋଲି ଆଶ୍ୱାସନା ବାଣୀ ଶୁଣାଇଛନ୍ତି ବ୍ରିଟେନର ଜଣେ ବରିଷ୍ଠ ବୈଜ୍ଞାନିକ ।