ଆଜି ପୌର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ । କଟକ ମହାନଗର ନିଗମରେ ଡେପୁଟି ମେୟର ପାଇଁ ହେବ ଭୋଟିଂ 

215
କନକ ବ୍ୟୁରୋ : ଆଜି କଟକ ମହାନଗର ନିଗମ ଡେପୁଟୀ ମେୟର ସହ ଏନଏସି ଓ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ମତଦାନ ହେବ । ସେହିପରି ଆସନ୍ତାକାଲି ବ୍ରହ୍ମପୁର ମହାନଗର ନିଗମ ଏବଂ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ପଦ ଲାଗି ମତଦାନ ହେବ । ନିର୍ବାଚନର ନିର୍ଦ୍ଧାରିତ ଦିନ ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଂଚ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ ।
ମତଦାନ ସରିବା ପରେ ଭୋଟ୍ ଗଣତି ଓ ଫଳାଫଳ ଘୋଷଣା କରାଯିବ । ୨ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ଦଳବଦଳ ବିରୋଧ ଆଇନ୍ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ପ୍ରତିନିଧି ଦେଇପାରିବେ । ଏଭଳି କ୍ଷେତ୍ରରେ ଭୋଟ୍ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ୍ ଦେଖାଇ ଭୋଟ ଦେବେ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ୫୮ ଏନଏସି ଓ ୪୭ ପୌର ପରିଷଦ ଉପାଧ୍ୟକ୍ଷ ଓ ତିନି ମହାନଗର ନିଗମର ଡେପୁଟୀ ମେୟର  ନିର୍ବାଚନ ପାଇଁ ଗତକାଲି ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ ।