ବିଜେପି ପ୍ରତିଷ୍ଠା ଦିବସରେ ଦମ୍ଭ ଦେଖାଇଲେ ମୋଦୀ । ରୁଷିଆ-ୟୁକ୍ରେନ ଯୁଦ୍ଧ ନେଇ କହିଲେ…

462
କନକ ବ୍ୟୁରୋ : ରୁଷ-ୟୁକ୍ରେନ୍ ଯୁଦ୍ଧ ନେଇ ଭାରତ ବିଶ୍ୱ ଚାପ ଆଗରେ ମୁଣ୍ଡ ନୁଆଁଇ ନାହିଁ । ନିଜର ସ୍ୱାଧୀନ ଆଭିମୁଖ୍ୟକୁ ବଜାୟ ରଖିଛି ଓ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛି । ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ସାରା ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ମାନବତା ପାଇଁ ଭାରତ ସ୍ୱାଧୀନ ଆଭିମୁଖ୍ୟ ଗ୍ରହଣ କରିଛି ।
ବିଜେପିର ୪୨ ତମ ପ୍ରତିଷ୍ଠା ଦିବସରେ ଏପରି ଦମ୍ଭ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଥିଲେ, ଏବେ ଭାରତକୁ ଏଭଳି ଦେଶ ଭାବେ ଦେଖାଯାଉଛି, ଯାହାକି ଦୃଢତାର ସହ ମାନବିତାର କଥା କହିପାରିବ । ଆଜି ଦେଶ ପାଖରେ ନିର୍ଣ୍ଣୟ ଶକ୍ତି ଓ ନିଶ୍ଚୟ ଶକ୍ତି ଅଛି । ଆଜି ଆମେ ଲକ୍ଷ୍ୟ ସ୍ଥିର କରୁଛୁ ଓ ତାକୁ ପୂରଣ ବି କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।