ରାଜଧାନୀରେ କଲେଜଗାର୍ଲଙ୍କ ଚଣ୍ଡିରୂପ ! ରାସ୍ତା ଉପରେ ପୋଲିସ କନେଷ୍ଟବଳଙ୍କୁ ମନଇଚ୍ଛା ମାଡ, ଲୋକଙ୍କ ବିରୋଧ ପରେ ଥାନାରେ ଭୁଲ ମାଗିଲେ ଯୁବତୀ

75

କନକ ବ୍ୟୁରୋ: କଲେଜଗାର୍ଲଙ୍କ ଚଣ୍ଡିରୂପ । ଆଉ ଏଭଳି ରୂପ ଅନ୍ୟ କେଉଁଠି ନୁହେଁ ବରଂ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ରମାଦେବୀ କଲେଜ ସାମ୍ନାରେ । ଯେଉଁଥିରେ ଜଣେ କଲେଜ ଝିଅ ଜଣେ କାର୍ଯ୍ୟରତ ପୋଲିସ କନଷ୍ଟେବଳକୁ ବାଡଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଖବର ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଏହି ରାସ୍ତାରେ ଗାଡି କାଗଜପତ୍ର ଯାଂଚ କରାଯାଉଥିଲା । ଠିକ୍ ଏହି ସମୟରେ ଏକ ବାଇକରେ ଜଣେ ଯୁବକ ଓ ଯୁବତୀ ସେହି ବାଟ ଦେଇ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟଳାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସେମାନେ ପୁଲିସ ସହ ଯୁକ୍ତିତର୍କ କରିଥିଲେ । ସଂପୃକ୍ତ ଝିଅ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନେଇ କନେଷ୍ଟବଳଙ୍କ ସହ ବଚସା କରିଥିଲେ । ଯୁବତୀଜଣକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ନେଇ କନେଷ୍ଟବଳ ତାଙ୍କୁ ତାଗିଦ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏପରିକି ଯୁବତୀ ଜଣକ ପୁଲିସକୁ ଗାଳିଗୁଲଜ କରିବା ସହିତ ଜଣେ ପୁଲିସ କର୍ମୀଚାରୀଙ୍କ କଲର ଧରି ଟଣାଓଟରା କରିଥିଲେ ।

ଖାଲି ଏତିକି ନୁହେଁ ଆଇଡେଣ୍ଟି ପ୍ରୁଫ୍ ନଥିଲେ ତୁମେମାନେ ଧରପଗଡ଼ କରିପାରିବ ନାହିଁ ବୋଲି ଧମକାଇଥିଲେ। ଏନେଇ ସେଠାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।