ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ : ମେକ ଇନ ଓଡିଶା କନକ୍ଲେଭକୁ ସଫଳ କରାଇବା ପାଇଁ କ୍ୟାମ୍ପେନ ମାଧ୍ୟମରେ ପ୍ରସ୍ତୁତି

32

କନକ ବ୍ୟୁରୋ: ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁମ୍ବାଇରେ କ୍ୟାମ୍ପେନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଆସନ୍ତା ଅଗଷ୍ଟ ୮ ତାରିଖରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଚନା ମୁତାବକ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ନବୀନ । ମୁମ୍ବାଇରେ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ବୋଲି କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶାରେ ହେବ ମେକ ଇନ ଓଡିଶା କନକ୍ଲେଭ । ତାକୁ ସଫଳ କରାଇବା ପାଇଁ ଏହି କ୍ୟାମ୍ପେନ ମାଧ୍ୟମରେ ପ୍ରସ୍ତୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ ହେବେ ଶିଳ୍ପାନୁଷ୍ଠାନ ତାହା ଉପରେ ମଧ୍ୟ ଗୁରୁତ୍ୱ । ଗତ କିଛି ଦିନ ତଳେ ଇଜ୍ ଅଫ ଡୁଇଙ୍ଗ ବିଜନେସରେ ଓଡିଶାର ସ୍ଥାନ ବିଗତ ବର୍ଷ ତୁଳନାରେ ତଳକୁ ଖସିଯାଇଥିଲା । ଯାହାକୁ ନେଇ ବିରୋଧୀମାନେ ଅନେକ ସମୟରେ ଶାସକ ଦଳ ତାଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ତେବେ ଓଡିଶାରେ କିଭଳି ପୁଞ୍ଜି ନିବେଶ କ୍ଷେତ୍ରରେ ସହାୟକ ହେବ ସେନେଇ ମଧ୍ୟ ଅଗାମୀ ଦିନରେ ମେକ ଇନ ଓଡିଶା କନକ୍ଲେଭ ଆୟୋଜିତ ହେବ । ତେଣୁ ହେବାକୁଥିବା ମେକ ଇନ ଓଡିଶା କନକ୍ଲେଭ କିଭଳି ସଫଳ ରୂପାୟନ ହେବ ତାହାକୁ ନେଇ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।

ଓଡିଶାକୁ ଶିଳ୍ପାୟନ କ୍ଷେତ୍ରରେ ମେରୁଦଣ୍ଡ କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକି ପୂର୍ବରୁ ହୋଇଥିବା ମେକ ଇନ ଓଡିଶା କନକ୍ଲେଭକୁ ସଫଳ କରାଇଥିଲେ ମୁଖ୍ୟମନ୍ତ୍ରୀ ।