ଗୁଜରାଟ ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ! ନବୀନ କହିଲେ, କାମ କରିବନି ସରକାର ବିରୋଧୀ ହାୱା

29

କନକ ବ୍ୟୁରୋ: ଗୁଜୁରାଟ ନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ବିରୋଧୀ ହାୱା ଓଡିଶାରେ କାମ କରିବନି । ଗୁଜରାଟ ଫଳାଫଳର ପ୍ରଭାବ ଓଡିଶାରେ ପଡିବନି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟ ଓ ହିମାଚଳ ଫଳାଫଳ ନେଇ ଆଜି ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଲୋକେ ଠିକ ସମୟରେ ନିଷ୍ପତି ନେଲେ । ସାରା ଦେଶ  ଓ ଓଡିଶାରେ ଏହାର ପ୍ରଭାବ ପଡିବ । ସବୁ ଉଦ୍ୟମ ସତ୍ୱେ ମୋଦିଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ବିଜେପି ହାରିଲା । ଫଳାଫଳରୁ ବିଜେପିର ଚୈତନ୍ୟ ଉଦୟ ହୋଇଛି ।  ଭୋଟର ନିଷ୍ପତିରେ  ବିଜ୍ଞତା ଦେଖାଇଛନ୍ତି । ଯେଉଁ ଅମିତ ଶାହ  ନିଜ ରାଜ୍ୟରେ  ଆକଳନ କରିପାରିଲେନି  ସେ ଓଡିଶା କଥା କଣ କହିବେ ବୋଲି କହିଛି ବିଜେଡି ।

ସେପଟେ  ବିଜେଡି ପ୍ରତିକ୍ରିୟାର ଜବାବ ଦେଇଛି ବିଜେପି ।  ଦଳ କହିଛି ଗୁଜରାଟରେ ସିନା ସିଟ୍ ସଂଖ୍ୟା କମିଛି, ହେଲେ ଭୋଟ ପ୍ରତିଶତ ବଢିଛି ।  ଲୋକେ ମୋଦିଙ୍କ ବିକାଶଧାରାଙ୍କୁ ସମର୍ଥନ କରିଛନ୍ତି ।  ରାଜ୍ୟରେ ବିଜେଡି ଅହଙ୍କାରରେ ମାତିଛି ।  ତେଣୁ ଆମ ରାଜ୍ୟରେ  ବିକାଶ ହୋଇନି ।  ଆଉ ଏହି ଅହଙ୍କାରର ପରିଣତି ୨୦୧୯ରେ ଭୋଗିବେ ।  ସରକାରର ପତନ ହୋଇ  ନୂଆ ସରକାର ଆସିବ ।