ପ୍ରଶ୍ନ ପଚାରିଲେ ମୁଖ୍ୟମନ୍ତ୍ରୀ : ରୋଗ କ’ଣ ବିପିଏଲ କାର୍ଡ ଦେଖିକି ଆସେ ?

ପଦଯାତ୍ରାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନାର ପ୍ରାର୍ଥକ୍ୟ ବୁଝାଇଲେ ନବୀନ । ଦୁର୍ଘଟଣା କ’ଣ ବିପିଏଲ କାର୍ଡ ଦେଖି କି ଆସେ? 

250

କନକ ବ୍ୟୁରୋ: ଜନ ସମ୍ପର୍କ ପଦଯାତ୍ରାରୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଗାଡ଼କଣରେ ଆୟୋଜିତ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରାରୁ ଧର୍ମେନ୍ଦ୍ରଙ୍କୁ କଡ଼ା ଜବାବ  । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଐତିହାସିକ ପଦକ୍ଷେପ । ଏବଂ ଆୟୁଷ୍ମାନ ଯୋଜନା ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଢ଼େରଗୁଣା ଅଧିକ ଭଲ । କାରଣ ବିପିଏଲ କାର୍ଡ ଥିଲେ ଆୟୁଷ୍ମାନ ଯୋଜନାର ଲାଭ ପାଇପାରିବେ ହିତାଧିକାରୀ । ତେଣୁ ରୋଗ କ’ଣ ବିପିଏଲ କାର୍ଡ ଦେଖି କି ଆସେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ନବୀନ । ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅଙ୍କକୁ ନେଇ ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଥିଲେ । ଏକ ଭିଡ଼ିଓ ଜାରି କରି ୧ କୋଟି ଲୋକ ବା ହିତାଧିକାରୀ କିଭଳି ସୁଫଳ ହେଲେ ବୋଲି ନବୀନ ସରକାରଙ୍କୁ ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । ତେଣୁ ଆଜି ଧର୍ମେନ୍ଦ୍ରଙ୍କ ବାଉନ୍ସରକୁ ତାଙ୍କ କୋର୍ଟକୁ ଫିଙ୍ଗି ଦେଇଛନ୍ତି ନବୀନ । ଏପରକି ଆୟୁଷ୍ମାନ ଯୋଜନାକୁ ପରୋକ୍ଷରେ ସମାଲୋଚନା କରି ରୋଗ କ’ଣ ବିପିଏଲ କାର୍ଡ ଦେଖିକି ଆସେ କି କହି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ।

ସେପଟେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହାର ଜବାବ ରଖିଛନ୍ତି । ପୃଥ୍ୱୀରାଜ କହିଛନ୍ତି ଯେ, ରାଜ୍ୟ ସରକାର ପଚାପରିବା ବିକ୍ରି କଲା ଭଳି ବିଜୁ ସ୍ୱାସ୍ଥ୍ୟ ଯୋଜନାର ଡିଣ୍ଡିମ ପିଟୁଛନ୍ତି । ଯାହା ଦର୍ଶାଉଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମାନସିକ ବିକୃତି ଘଟିଲାଣି । ନଚେତ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ କୌଣସି ସ୍ୱତନ୍ତ୍ର ବଜେଟ୍ ନାହିଁ କି କିଛି ବ୍ୟବସ୍ଥା ନାହିଁ ବଂର ଭୋଟ୍ ବ୍ୟାଙ୍କ୍ ପାଇଁ ଏହି ଯୋଜନା କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହ ଆୟୁଷ୍ମାନ ଯୋଜନାରେ ପ୍ରାରମ୍ଭିକ ଭାବେ ହୁଏତ କିଛି ଲୋକ ଏହି ସୁବିଧାରୁ ବଞ୍ଚିତ ହୋଇପାରନ୍ତି କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସମସ୍ତେ ଏହି ସୁବିଧା ପାଇବେ । ତେଣୁ ରାଜ୍ୟବାସୀଙ୍କୁ ଆୟୁଷ୍ମାନ ଯୋଜନାରୁ ବଞ୍ଚିତ କରି ମିଛ ପ୍ରଚାର ନ କରନ୍ତୁ ନବୀନ ବାବୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ କହିଛନ୍ତି ।