ଯେବେ ନକ୍ସଲ କଲେ ଅତର୍କିତ ଆକ୍ରମଣ…ସାମ୍ନାକୁ ଆସିଲା ଦାନ୍ତେୱାଡା ଆକ୍ରମଣର ଲୋମଟାଙ୍କୁରା ଦୃଶ୍ୟ

ଏହି ଆକ୍ରମଣରେ ଦୂରଦର୍ଶନର ଅନ୍ୟ ଜଣେ ସାମ୍ବାଦିକ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ

443

ଛତିଶଗଡ ଦାନ୍ତେୱାଡା ନକ୍ସଲ ଆକ୍ରମଣର ଛାତି ଥରାଇଲା ଭଳି ଦୃଶ୍ୟ । ଗତକାଲି ଏହି ଭୟାବହ ଓ ଦୁଃଖଦ ଘଟଣାର ଦୃଶ୍ୟକୁ ନିଜ ଆଖିରେ ଦେଖିଛନ୍ତି ୩୭ ବର୍ଷିୟ ସାମ୍ବାଦିକ ମୋରମକୁଟ୍ଟ ଶର୍ମା । ବିହାରର ବେଗୁସରାଇର ଏହି ସାମ୍ବାଦିକ ନିଜ ଆଖରେ ଆକ୍ରମଣ ଦୃଶ୍ୟକୁ ଦେଖିଛନ୍ତି । ସେ କହିଛନ୍ତି , ଦୂରଦର୍ଶନ କଭରେଜ ପାଇଁ ସେମାନେ ଛତିଶଗଡର ଦାନ୍ତେୱାଡା ଯାଇଥିଲେ । ଏହି ଅଚଂଳ ସମେଲିର ସିଆରପିଏଫ କ୍ୟାମ୍ପରୁ ପାଖାପଖି ୫ କିଲୋମିଟର ଦୂରର ଥିଲା ।


ସଂପୃକ୍ତ ଅଂଚଳରେ ନୂଆ ହୋଇଥିବା ମତଦାନ କେନ୍ଦ୍ରର କଭରେଜ ପାଇଁ ଯୋଜନା କରୁଥିଲେ , ଯେଉଁଠାରେ ୧୯୯୮ରୁ ଏଯାବତ ଲୋକମାନେ ଭୋଟ ଦେଇନଥିଲେ । ଧୀରଜ ଓ ଅଚ୍ୟୁତାନନ୍ଦଙ୍କ ସହ ପାଖାପଖି ୬ରୁ ଅଧିକ ମୋଟରସାଇକେଲରେ ସୁରକ୍ଷାକର୍ମୀ ଥିଲେ । ମାଓବାଦୀଙ୍କ ଗଡ କୁହାଯାଉଥିବା ଏହି ଅଚଂଳରେ ବିଚ୍ଛାଯାଇଥିବା ଲ୍ୟାଣ୍ଡମାଇନ ବିସ୍ପୋରଣ କରି ନକ୍ସଲମାନେ ଗାଡିକୁ ଉଡାଇ ଦେଇଥାନ୍ତି । ସେଥିପାଇଁ ବାଇକରେ ଯିବା ସୁରକ୍ଷିତ ବୋଲି ଧରାଯାଇଥିଲା । ସଂପୃକ୍ତ ସାମ୍ବାଦିକ କହିଛନ୍ତି, ସକାଳ ୧୦ଟା ୨୫ ମିନିଟରେ ଆଗରେ ଯିଏ ବାଇକ ଚଳାଇଥିଲେ ସେ ହଠାତ ଗୁଳିରେ ଟଳି ପଡିଥିଲେ ।

ମୋଟରସାଇକେଲ ପଛରେ ତାଙ୍କର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଥିଲେ, ତାଙ୍କୁ ବି ଗୁଳି ବାଜିଥିଲା ଫଳରେ ସେ ବି ସେଠାରେ ଟଳିପଡିଥିଲେ । ଏସବୁ ଦେଖି ଧୀରଜଙ୍କ ମୋଟରସାଇକେଲ ଉପରୁ ସନ୍ତୁଳନ ହଟିଯାଇଥିଲା, ଫଲରେ ସୌଭାଗ୍ୟବଶତଃ ସେ ନାଳରେ ଗଳି ପଡିଥିଲେ । ଏହା ପରେ ୪୫ ମିନିଟ ଯାଏଁ କେବଳ ଗୁଳିର ଶଦ୍ଦ ଶୁଣିବାକୁ ମିଳିଥିଲା । ତାଙ୍କୁ ଲାଗିଥିଲା କି ପାଖାପଖି ୫୦ଟି ଗୁଳି ତାଙ୍କ ମୁଣ୍ଡ ଦେଇ ଚାଲିଥିଲା । ଏହି ଦୃଶ୍ୟ ଦେଖି ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ ।