ହାଇଦ୍ରାବାଦକୁ ଚିତ୍ କଲା ଚେନ୍ନାଇ । ୭ ଓ୍ୱିକେଟରେ ବିଜୟୀ ହେଲା ଧୋନୀବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ ଆଇପିଏଲର ୟେଲୋ ଆର୍ମି ।

97

କନକ ବ୍ୟୁରୋ: ଆଜି ଆଇପିଏଲରେ ଅତି ସହଜରେ ହାଇଦ୍ରାବାଦକୁ ମାତ୍ ଦେଇଛି ଚେନ୍ନାଇ । ହାଇଦ୍ରାବାଦର ୧୭୨ ରନର ବିଜୟ ଲକ୍ଷ୍ୟକୁ ଧୋନୀବାହିନୀ ହାତରେ ୯ ବଲ୍ ଓ ୭ ୱିକେଟ୍ ବାକି ଥାଇ ଜିତି ନେଇଛି । ଏଥିସହ ସିଏସକେ ଟେବୁଲ ଟପ୍ପର ସ୍ଥାନକୁ ମଧ୍ୟ ଫେରିଛି ।

ଆଜି ଟସ୍ ଜିତି ପ୍ରଥମେ ହାଇଦ୍ରାବାଦ ଅଧିନାୟକ ୱାର୍ଣ୍ଣର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଦଳର ଦୁଇ ଓପନର ଭଲ ବ୍ୟାଟିଂ କରିଥିଲେ ବି ବେୟୋରେଷ୍ଟ ଲମ୍ବା ଇଂନିସ ଖେଳିପାରିନଥିଲେ । ତେବେ ପରେ ପରେ ମନିଷ ପାଣ୍ଡେ ଓ ୱାର୍ଣ୍ଣର ୧୦୬ ରନର ପାର୍ଟନରସିପ୍ ଗଢିଥିଲେ । ଏହାପରେ କେନ୍ ମଧ୍ୟ କିଛି ଦର୍ଶନୀୟ ସଟ୍ ଖେଳିଥିଲେ । ଯାହା ଫଳରେ ଦଳ ୨୦ ଓଭରରେ ୧୭୧ ରନ୍ କରିଥିଲା ।

ଏହାପରେ ୧୭୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ଆଉ ଦଳର ଦୁଇ ଓପନର ଜବରଦସ୍ତ ଆରମ୍ଭ କରିଥିଲେ । ଡୁ ପ୍ଲେସିସ୍ ଓ ଗାଏକ୍ୱାଡ୍ ୧୨୯ ରନର ପାର୍ଟନରସିପ୍ ଗଢିଥିଲେ । ଶେଷ ଆଡକୁ ଦଳ ମାତ୍ର ୩ ୱିକେଟ୍ ହରାଇ ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା । ଏହି ବିଜୟ ସହ ଚେନ୍ନାଇ ପୁଣି ଟେବୁଲ୍ ଟପ୍ପର ହୋଇଛି ।