ଉଦାହରଣର ଅନ୍ୟନାମ ଚମ୍ପାବତୀ ! ରାଜଧାନୀରେ ସଜାଡୁଛନ୍ତି ବୁଲେଟ୍, ପାଲଟିଛନ୍ତି ‘ବୁଲେଟ୍ ରାଣୀ’

65

କନକ ବ୍ୟୁରୋ : ମହିଳାମାନେ ଆଜିକାଲି କୌଣସି କ୍ଷେତ୍ରରେ ପଛୁଆ ନୁହନ୍ତି । ବିଲରେ ହଳ କରିବାଠୁ ଆରମ୍ଭ କରି ଆକାଶରେ ବିମାନ ଉଡାଇବା ଯାଏଁ ସବୁଠି ସେମାନଙ୍କ ସଫଳତାର ସ୍ୱାକ୍ଷର । ଏମିତି ଜଣେ ମହିଳା ପ୍ରତିଭା ଚମ୍ପାବତୀ, ଯିଏ ବୁଲେଟ୍ ମେକାନିକ ଭାବରେ ବେଶ ପ୍ରସିଦ୍ଧି ପାଇଛନ୍ତି । ଗାଡି ସଜାଡିବା ଯେ, କେବଳ ପୁରୁଷ ମାନଙ୍କ କାମ ଏହାକୁ ସେ ଭୁଲ ପ୍ରମାଣିତ କରିଦେଇଛନ୍ତି ।

ଭୁବନେଶ୍ୱରର ଏକ ବୁଲେଟ ଶୋ-ରୁମରେ ଏହି ଯୁବତୀ ଚମ୍ପା ଯେତେବେଳେ ହାତରେ ରେଂଚି ଧରି କାମକୁ ବାହାରନ୍ତି ସେତେବେଳେ ପୁରଷ ସହକର୍ମୀ ବି ତାଜୁବ ହୋଇଯାଆନ୍ତା । କାରଣ ଗାଡି ସଜାଡିବାରେ, ଦିନ ତମାମ କାମ କରିବାରେ ସେ କାହାରିଠୁ କମ୍ ନୁହନ୍ତି । ଖାଲି ସେତିକି ନୁହେଁ ନିଜେ ଯେତେବେଳେ ବୁଲେଟର ଏସ୍କିଲେରେଟର ମୋଡି ଶୋ-ରୁମ ବାହାରକୁ ବାହାରି ଯାଆନ୍ତି, ସେତେବେଳେ ଦେଖଣାହାରୀ ବି ତାଜୁବ ହୋଇପଡନ୍ତି ।

ଚମ୍ପାଙ୍କ ପ୍ରତିଭା ଏତିକିରେ ସୀମିତ ନୁହେଁ । ସେ କାମରୁ ସମୟ ବାହାର କରି ଫୁଟବଲ ବି ଖେଳନ୍ତି । ଏପରିକି ଜାତୀୟ ସ୍ତରରେ ମଧ୍ୟ ସେ ଫୁଲଟବଲ ଖେଳିଥିବା କନକ ନ୍ୟୁଜକୁ କହିଛନ୍ତି । ଆଗକୁ ସେନାରେ ସାମିଲ ହୋଇ ଦେଶ ମାତୃକାର ସେବା କରିବାକୁ ତାଙ୍କର ଲକ୍ଷ୍ୟ ରହିଥିବା କହିଛନ୍ତି ।

ତେବେ ପୁରୁଷ ମାନଙ୍କ ପରି କାମ କରିବାରେ କେବଳ ଚମ୍ପା ଏକା ନୁହଁନ୍ତି, କିଛି ଦିନ ତଳେ ବିଲରେ ବାପାଙ୍କ ସହ ବିଲରେ ଚାଷ କରି ଚର୍ଚ୍ଚିତ ହୋଇଥିଲେ ଗଞ୍ଜାମ ଜିଲ୍ଲା ଶୁରିଙ୍ଗି ଗାଁର ଶିବାନୀ ଜାନି ö ହାତରେ ଲଙ୍ଗଳ ଧରି ସାରା ଓଡିଶାକୁ ଚମକାଇ ଦେଇଥିବା କଲେଜ ପଢୁଆ ଝିଅ ଶିବାନୀ ଜାନିଙ୍କୁ ସ୍ୱାଭିମାନ ଦିବସରେ ସମ୍ମାନିତ ମଧ୍ୟ କରାଯାଇଛି । ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରିଛନ୍ତି ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ।

sivaniଗଞ୍ଜାମ ଜିଲ୍ଲା ଶୁରିଙ୍ଗି ଗାଁର ଶିବାନୀ ଜାନି । ବାପା, ମାଆଙ୍କୁ ମିଶାଇ ପରିବାରରେ ତାଙ୍କର ୫ ସଦସ୍ୟ । ଅଭାବ ଅନଟନ ଭିତରେ ଶିବାନୀ ଯୁକ୍ତ ଦୁଇରେ ପାଠ ପଢୁଛନ୍ତି । ହେଲେ ପରିବାରର ସବା ସାନଝିଅ ହୋଇ ମଧ୍ୟ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରନ୍ତି । ଜଣେ ପକ୍କା ଚାଷୀ ପରି ଚାଷବାସର ସବୁକାମ ତାଙ୍କୁ ଜଣା । ଧାନ ରୁଆ, ବେଉଷଠାରୁ ଆରମ୍ଭ କରି ବଳଦ ଯୋଚି, ବିଲରେ ହଳ କରିବା ସବୁ କାମରେ ସେ ପାରଙ୍ଗମ । ପ୍ରତିଦିନ ବାପାଙ୍କ ସହ ବିଲକୁ ଯାଆନ୍ତି । ଆଉ ବଳଦଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାନ୍ତି । ହିଡ ହାଣି ସାଇଜ୍ କରନ୍ତି । ଧାନ ରୁଆ, ବଛା ବି କରନ୍ତି । ଶିବାନୀଙ୍କ ଏଭଳି କାମ ଦେଖି ସମସ୍ତେ କହିନ୍ତି ଗାଁର ସୁନା ଝିଏ ଶିବାନୀ ।

ଖାଲି ବିଲରେ ହଳ କରନ୍ତିନି ଶିବାନୀ । ଯେଉଁ ହାତରେ ସେ ହଳ ଲଙ୍ଗଳ ଧରି ବିଲରେ କାମ କରନ୍ତି, ପୁଣି ସେହି ହାତରେ ଖାତା, କଲମ ବି ଧରନ୍ତି । ସବୁ ଅଭାବ ଅସୁବିଧା ସତ୍ୱେ ଏବେ ସେ ଯୁକ୍ତ ଦ୍ୱିତୀୟ ବର୍ଷରେ ପଢୁଛନ୍ତି । ସଜବାଜ ହୋଇ କଲେଜ ୟୁନିଫର୍ମ ପିନ୍ଧି ପାଠ ପଢିବାକୁ ଆସୁଥିବା ଏହି ଝିଅ ଯେ, ପରିବାରକୁ ସହାୟତା କରିବା ପାଇଁ ବିଲରେ ହଳ ବୁଲାଉଛି । ଏକଥା ଜାଣିବା ପରେ ସାଙ୍ଗସାଥୀଙ୍କଠୁ ଆରମ୍ଭ କରି କଲେଜ ଅଧ୍ୟାପକ, ଅଧ୍ୟକ୍ଷ ସମସ୍ତଙ୍କ ମନରେ ତାଙ୍କ ପାଇଁ ଯଥେଷ୍ଟ ସମ୍ମାନ । ତାଙ୍କର ଧୈର୍ଯ୍ୟ, ସାହସ ଓ ଭିନ୍ନ ବ୍ୟକ୍ତିତ୍ୱ ପାଇଁ ଏବେ ସେ ସମସ୍ତଙ୍କର ପ୍ରିୟପାତ୍ର ।