ସୁନ୍ଦରୀ ହୋଇଥିବାରୁ ସରକାରଙ୍କ କଟକଣା ! ବର୍ଷେ ଯାଏଁ ଅଭିନୟ ବ୍ୟାନ୍

39

ସୌନ୍ଦର୍ଯ୍ୟ ଲଗାଇଲା କ୍ୟାରିୟରରେ ଗ୍ରହଣ । କମ୍ବୋଡିଆର ଜଣେ ଅଭିନେତ୍ରୀଙ୍କ କ୍ୟାରିୟର୍ ଉପରେ ଭାରି ପଡିଛି ତାଙ୍କର ଆକର୍ଷଣୀୟ ଚେହେରା । ସେଠାକାର ସରକାର ଅଭିନେତ୍ରୀଙ୍କୁ ସିନେମାରେ କାମ କରିବାକୁ ଲଗାଇଛନ୍ତି ପ୍ରତିବନ୍ଧକ । ଏକ ବର୍ଷ ପାଇଁ ଏବେ ଅଭିନେତ୍ରୀ ଜଣକ କୌଣସି ସିନେମାରେ ଅଭିନୟ କରି ପାରିବେ ନାହିଁ । ଏହି ପଦକ୍ଷେପ ଦେଶର ଫାଇନ୍ ଆର୍ଟସ୍ ମନ୍ତ୍ରାଳୟ ଦ୍ୱାରା ଉଠାଯାଇଛି । ସରକାରଙ୍କ ଦଲିଲ୍ , ଅଭିନେତ୍ରୀ ୨୪ ଡେନି ବୋନ୍ ହେଉଛନ୍ତି ଖୁବ୍ ସେକ୍ସି । ନିଜ ସୌନ୍ଦର୍ଯ୍ୟ ପାଇଁ ଅଭିନେତ୍ରୀ ଆଚାର ସଂହିତାର ଉଲଂଘନ କରିଛନ୍ତି ବୋଲି କହିଛନ୍ତି ସରକାର ।

ଏହି ବ୍ୟାନ୍ ପରେ ଡେନି କରିଛନ୍ତି ସେ କୌଣସି ସିନେମାରେ ଏଭଳି ସିନ୍ କରିନାହାଁନ୍ତି ଯାହାଦ୍ୱାରା ଦେଶରେ ସମ୍ମାନରେ ଆଂଚ ଆସିବ । ଯେତେବେଳେ କି ଅନ୍ୟ ଅଭିନେତ୍ରୀ ମାନେ ହଟ୍ ସିନ୍ ଦେଇଛନ୍ତି । ଡେନି ଏକଥା ମଧ୍ୟ କହିଛନ୍ତି ସେ ଜାଣି ଶୁଣି ସେକ୍ସି ଦେଖାଯିବା ପାଇଁ ଚେଷ୍ଟା କରିନାହାଁନ୍ତି । ନା କେବେ ଫେସବୁକରେ ଫଟୋ ସେୟାର୍ କରିବା ବେଳେ ସେକ୍ସି ପୋଜ୍ ଦିଅନ୍ତି । ତେବେ ଏହି ନିଷ୍ପତି ପରେ ଅନେକ ସଂସ୍ଥା ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।